ବଢିଲା ଅନୁଷ୍କା ଶର୍ମାଙ୍କ ଅଡୁଆ, ଟ୍ୟାକ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ବଲିଉଡ : ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଡୁଆ ବଢିଛି । ଟ୍ୟାକ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । ଅନୁଷ୍କାଙ୍କ ନାମରେ ସେଲ୍ସ ଟ୍ୟାକ୍ସ ନୋଟି ୨୦୧୨-୧୨ ଏବଂ ୨୦୧୩-୧୪ ମଧ୍ୟରେ ଏକ ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ସମୟ ପୂର୍ବରୁ ଏହି ମାମଲାରେ ଅନୁଷ୍କା ସେଲ୍ସ ଟ୍ୟାକ୍ସ ନୋଟିସ ବିରୋଧରେ ବମ୍ବେ ହାଇକୋର୍ଟରେ ଏମଭିଏଟି ଅଧିନିୟମ ଅନୁଯାୟୀ ଚାରିଟି ଯାଚିକା ଆବେଦନ କରିଥିଲେ, କିନ୍ତୁ ଅନୁଷ୍କାଙ୍କୁ ଏ ବାବଦରେ କୌଣସି ଆଶ୍ୱସ୍ତି ମିଳିନାହିଁ । ବମ୍ବେ ହାଇକୋର୍ଟ ଅନୁଷ୍କା ଶର୍ମାଙ୍କୁ ଟ୍ୟାକ୍ସରୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି । ୨୦୧୨-୧୬ ମୂଲ୍ୟାଙ୍କନ ବର୍ଷ ପାଇଁ ମହାରାଷ୍ଟ୍ର ମୂଲ୍ୟ ଯୋଗାଡ ଟ୍ୟାକ୍ସ ଅଧିନିୟମ ଅନୁଯାୟୀ ରାଜ୍ୟ କର ବିଭାଗ ଜାରି ବିବାଦୀୟ ଆଦେଶକୁ କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍ ନିତିନ ଜାମଦାର ଏବଂ ଅଭୟ ଅହୁଜାଙ୍କ ଏକ ବେଞ୍ଚ କହିଛନ୍ତି ଯେ, ମହାରାଷ୍ଟ୍ର ମୂଲ୍ୟଯୁକ୍ତ ଟିକସ ଅଧିନିୟମ ଅନୁଯାୟୀ ଅନୁଷ୍କା ଏହି ରାୟ ବିରୋଧରେ ଆବେଦନ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଏବଂ ୨୦୧୫-୧୬ ମୂଲ୍ୟାଙ୍କନ ବର୍ଷ ପାଇଁ ବିକ୍ରୟ କର ବିଭାଗ ଦ୍ୱାରା ଜାରି ଚାରିଟି ଟ୍ୟାକ୍ସ ଆଦେଶକୁ ଚ୍ୟାଲେଞ୍ଜ କରି ଅନୁଷ୍କା ଉପର କୋର୍ଟରେ ଆବେଦନ କରିଛନ୍ତି।

Leave A Reply

Your email address will not be published.