ଆରମ୍ଭ ହେଲା ଅଧିଷ୍ଠାତ୍ରି ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା, ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା’

ତାଳଚେର : ଆରମ୍ଭ ହେଲା ତାଳଚେରର ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ମାଙ୍କ ପୀଠ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଦୀର୍ଘ ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା ହିଙ୍ଗୁଳା । ଭିଡକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ସହ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ତେବେ ମାଆ ବର୍ଷକୁ ଥରେ ଅଗ୍ନିରୂପରେ ଦର୍ଶନ ଦେଇଥାନ୍ତି। ମାଆଙ୍କର ଏହି ଅଗ୍ନିରୂପକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାଆଙ୍କୁ ଧୂପ,ଘିଅ,ଝୋଟ,ଲିଆ,ଉଖୁଡା,କଦଳୀ,ନଡ଼ିଆ,ଗୁଡ଼ ଆଦି ଦେଇ ପୂଜା କରିଥାନ୍ତି। ଏହି ୯ ଦିନ ଦୂରଦୂରାନ୍ତରୁ ମାଆଙ୍କୁ ଦର୍ଶନ କରିବାପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ହିଙ୍ଗୁଳା ପୀଠରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ଭୋଜନ ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.