ବିଲରେ ଚାଷ ହୋଇଛି ହଳଦିଆ ରଙ୍ଗର ତରଭୁଜ, ନାଲିଠୁ ରହିଛି ଅଧିକ ମିଠା

: ତରଭୁଜ କାହାର ବା ପସନ୍ଦ ନୁହେଁ । ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ ତରଭୁଜ । ବିଶେଷକରି ଖରାଦିନେ ଲୋକେ ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ଦାଉରୁ ରକ୍ଷା କରିବା ସହ ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବାରେ ତରଭୁଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ଏଥିରେ ବିଭିନ୍ନ ଭିଟାମିନ ରହିଥାଏ । ସାଧାରଣଭାବେ ଆପଣ ନାଲି ରଙ୍ଗର ତରଭୁଜ ଦେଖିଥିବେ । ହେଲେ ଗାଢ ହଳଦିଆ ରଙ୍ଗର ତରଭୁଜ ଦେଖି ନଥିବେ । ଏବେ ବଜାରରେ କିନ୍ତୁ ଗାଢ ହଳଦିଆ ରଙ୍ଗର ତରଭୁଜ ମିଳୁଛି । ନାଲି ତରଭୁଜ ଅପେକ୍ଷା ଏହା ଅଧିକ ମିଠା ଥିବାରୁ ବଜାରରେ ଏହାର ବେଶ ଚାହିଦା ରହିଛି । ନୂଆପଡ଼ା ଜିଲ୍ଲାର ବିଭିନ୍ନ ବଜାରରେ ବିକ୍ରି ହେଉଛି ଏପରି ହଳଦିଆ ତରଭୁଜ ।

Leave A Reply

Your email address will not be published.