ଶମଶାବାଦ ଏୟାରପୋର୍ଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ବିମାନରେ ଥିଲେ ୧୩୭ ଜଣ ଯାତ୍ରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଇଣ୍ଡିଗୋ ବିମାନରଜରୁରୀ ଅବତରଣ । ବୈଷୟିକ ତ୍ରୁଟି ଯୋଗୁଁ ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ବିମାନ । ଏହି ବିମାନରେ ୧୩୭ ଜଣ ଯାତ୍ରୀ ଥିଲେ । ତେବେ ଏହି ଯାତ୍ରୀମାନଙ୍କ ସୁବିଧା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଛି ବୋଲି ଘୋଷଣା କରାଯାଇଛି । ଡିଜିସିଏ ଅନୁଯାୟୀ, ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଉଡାଣ ଭରିଥିଲା । ବିମାନଟି ଭୋର ୫ଟା ୧୦ ମିନିଟରେ ଉଡାଣ ଭରିଥିଲା । କିନ୍ତୁ ବୈଷୟିକ ତ୍ରଟି ଯୋଗୁଁ ଇଣ୍ଡିଗୋ ବିମାନ 6E897 ସକାଳ୬.୧୫ ରେ ଅବତରଣ କରାଯାଇଥିଲା । ଏହି ବିମାନରେ ଥିବା ୧୩୭ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇ ପଠାଯିବାର ଘୋଷଣା କରାଯାଇଛି ।

Leave A Reply

Your email address will not be published.