ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା, ସକାଳ ୮ ଟାରୁ ଆରମ୍ଭ ହେଲାଣି ଭୋଟ ଗଣତି

ଅତାବିରା : ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା। ସକାଳ ୮ ଠାରୁ ଏନଏସି କାର୍ଯ୍ୟାଳରେ ଭୋଟ ଗଣତି ଆରମ୍ଭ ହୋଇଛି । ଅତାବିରାର ବ୍ଲକ ଅଫିସ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛି । ଏସବୁର ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୨ଟି ଟେବୁଲରେ ୧୬ଟି ୱାର୍ଡର ୧୬ଟି ବୁଥ ପାଇଁ ୧୬ ରାଉଣ୍ଡ ଗଣତି ହେବ । ଗୋଟିଏ ଟେବୁଲ ନଗରପାଳ ଓ ଅନ୍ୟଟି କାଉନସିଲର ପଦବି ପାଇଁ ଭୋଟ ଗଣତି ହେବ ।ଅନୁମତି ପ୍ରାପ୍ତ ରାଜନୈତିକ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀଙ୍କ ଏଜେଣ୍ଟ ଭୋଟ ଗଣତି ବେଳେ ଉପସ୍ଥିତ ରହିବେ । ଗଣତି ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀ ମାନେ ଗଣତି କେନ୍ଦ୍ରରେ ରହିବେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସପି, ୪ ଡ଼ିଏସପି, ୫ ଇନ୍ସପେକ୍ଟର, ୨୨ ଏସଆଇ, ଓ ଏ ଏସ଼ଆଇ ଦାୟିତ୍ଵରେ ରହିବେ। ଗଣତି ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏସପି ଜ୍ଞାନ ରଞନ ମହାପାତ୍ର, ହିନ୍ଦୋଳ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶିବା ନନ୍ଦ ସ୍ଵାଇଁ, ହିନ୍ଦୋଳ ବହସିଲ ନାର ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି ଭୋଟ ଗଣତି ତଦାରଖ କରିବେ। ଚଳିତ ଏନଏସି ନିର୍ବାଚନରେରେ ୩ ନଗରପାଳ ପ୍ରାର୍ଥୀଙ୍କ ସହ ୫୦ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮ ହଜାର ୬୪୧ ଭୋଟର ।

Leave A Reply

Your email address will not be published.