କୁକୁର ଗୋଡ଼ାଇବାରୁ କୂଅରେ ପଡି ହରିଣ ମୃତ, ୫ ଦିନରେ ଗଲାଣି ୩ ଜୀବନ

କରଞ୍ଜିଆ : ଅସୁରକ୍ଷିତ ହେଇ ପଡିଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟରୁ ବାରମ୍ବାର ବାହାରି ଆସୁଛନ୍ତି ହରିଣ ପଲ । ୫ ଦିନ ମଧ୍ୟରେ ୩ଟି ହରିଣ ମୃତ୍ୟୁ ହେଇଛି । କେତେବେଳେ ହରିଣର କୁକୁର କାମୁଡାରେ ମୃତ୍ୟୁ ହେଉଛି ତ ଆଉ କେତେବେଳେ କୂଅରେ ପଡି ମୃତ୍ୟୁ ହେଉଛି । ଆଜି ଆଉ ଏକ ହରିଣର ମୃତଦେହ ଉଦ୍ଧାର ହେଇଛି ।ଶିମିଳିପାଳ ଅଭୟାରଣ୍ୟରୁ ବାହାରି ଆସିଥିବା ହରିଣକୁ କୁକୁର ପଲ ଦୌଡାଉ ଥିବା ବେଳେ ଭୟରେ କୂଅରେ ପଡିଯାଇଥିଲା ହରିଣ । ଏମିତି ଅଭାବନୀୟ ଘଟଣା ଘଟିଛି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଗୋଇଲି ଗାଁରେ । ମୃତ ହରିଣ ଶବକୁ ଉଦ୍ଧାର କରିଛି ବନବିଭାଗ । ମୃତ ହରିଣକୁ କରଞ୍ଜିଆ ପଶୁ ଡାକ୍ତରଖାନାରେରେ ଶବ ବ୍ୟବଚ୍ଛେଦ କରାଯିବ । ହେଲେ କାହିଁକି ବାରମ୍ବାର ହରିଣ ପଲ ବାହାରି ଆସୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ।

Leave A Reply

Your email address will not be published.