ପ୍ରେସ ସ୍ୱାଧୀନତାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଗଣତନ୍ତ୍ର ପାଇଁ ପ୍ରେସ ସ୍ୱାଧୀନତା ଅପରିହାର୍ଯ୍ୟ

ମାଲାୟାଲମ ପ୍ରେସ ସ୍ୱାଧୀନତାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ମାଲାୟାଲମ ଚ୍ୟାନେଲ ମିଡିଆ ଓ୍ଵାନ ଉପରେ ଲାଗିଥିବା ବ୍ୟାନ ହଟାଇଲେ । ସରକାରଙ୍କ ନୀତି ଓ କାର୍ଯ୍ୟ କଳାପକୁ ସମାଲୋଚନା ପାଇଁ କାହାକୁ ଦେଶ ବିରୋଧୀ ଭାବେ ବିବେଚନା କରାଯାଇ ପାରିବ ନାହିଁ। ଗଣତନ୍ତ୍ର ପାଇଁ ପ୍ରେସ ସ୍ୱାଧୀନତା ଅପରିହାର୍ଯ୍ୟ ବୋଲି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମାଲାୟାଲମ ଚ୍ୟାନେଲ ମିଡିଆ ଓ୍ଵାନର ବ୍ରୋଡକାଷ୍ଟ ଲାଇସେନ୍ସ ନବୀକରଣ ପାଇଁ ମନା କରିଦେଇଥିଲେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ । ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ଲାଇସେନ୍‌ସ ନବୀକରଣ ପାଇଁ ମନା କରିଦେଇଥିଲା ମନ୍ତ୍ରାଳୟ। ପୂର୍ବରୁ କେରଳ ହାଇକୋର୍ଟ କେନ୍ଦ୍ର ନିଷ୍ପତ୍ତିକୁ କାଏମ ରଖିଥିଲେ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ବ୍ୟାନ ହଟାଇ ଦେଇଛନ୍ତି। ଆତଙ୍କବାଦ ସହ କୌଣିସ ଲିଙ୍କ୍‌ ନାହିଁ । ଗଣମାଧ୍ୟମ ସରକାରଙ୍କୁ ସମର୍ଥନ କରିବାକୁ ବାଧ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ଆଣ୍ଟି ସିଟିଜେନସିପ୍‌ ଆମେଣ୍ଟମେଣ୍ଟ ଆକ୍ଟ ୨୦୨୦ ଏବଂ ଦିଲ୍ଲୀ ଦଙ୍ଗା ଉପରେ ଜୋରଦାର ରିପୋର୍ଟିଂ କରିଥିଲା ଏହି ଚ୍ୟାନେଲ।

Leave A Reply

Your email address will not be published.