ବିଳମ୍ବିତ ରାତିରେ ଟ୍ରେଲର ଓ କୋଇଲା ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା, ୩ ଜୀବନ୍ତ ଦଗ୍ଧ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେଲର ଓ କୋଇଲା ବୋଝେଇ ଟ୍ରକ୍‌ ଭିତରେ ଧକ୍କା। ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ । ଫଳରେ ୩ ଜଣ ଜୀବନ ଦଗ୍ଧ ହୋଇଛନ୍ତି । ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ଆଗରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ୨ଟି ଟ୍ରେଲର ଓ କୋଇଲା ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ୩ଟି ଯାକ ଗାଡ଼ିରେ ଲାଗି ଯାଇଥିଲା ନିଆଁ । ଫଳରେ ଗାଡ଼ି ଭିତରେ ଥିବା ଚାଳକ ଓ ଅନ୍ୟମାନେ ବାହାରି ପାରି ନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ୩ ଜଣ ଜଳି ଯାଇଥିଲା । ୩ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ମିଳି ପାରିନାହିଁ । ରାଜ୍ୟରେ ବର୍ତ୍ତମାନ ଦୁର୍ଘଟଣାଜନିତ ଶୂନ୍ୟ ମୃତାମତ ସପ୍ତାହ ପାଳନ କରାଯାଉଛି । ଏମିତି ସ୍ଥିତିରେ ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି ଓ ଜୀବନ ଯାଉଛି ।

Leave A Reply

Your email address will not be published.