ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହ ବିକ୍ଷିପ୍ତ ଝଡ଼ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ଯରେ କିଛି ଦିନ ହେବ ଚାଲିଛି ଖରା ବର୍ଷାର ଖେଳ। ସକାଳୁ ତାତି ବଢି ବଢି ଠିକ୍ ଅପରାହ୍ନରେ କଳାହାଣ୍ଡିଆ ମେଘ ମାଡି ଆସୁଛି। ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ପାଣିପାଗ ବିଭାଗର ତଥ୍ଯ।କୁହାଯାଉଛି କି, ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ସପ୍ତାହକ ଭିତରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ଗୁରୁବାର ତାପମାତ୍ରା ୧ରୁ ୧.୫ ଡିଗ୍ରି ବଢ଼ିବାକୁ ଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ପ୍ରୟତଃ ୧ ଡିଗ୍ରି ବୃଦ୍ଧି ପାଇବ। ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଆଂଶିକ ମେଘୁଆ ପାଗ ହେତୁ ତାପମାତ୍ରା ୧ ଡିଗ୍ରି କମି ଶୁକ୍ରବାର ଅପରିବର୍ତ୍ତିତ ରହିବ।

Leave A Reply

Your email address will not be published.