ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର: ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ। ବୀରବାଦ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି। କୁଣ୍ଢାଇବେଣ୍ଟ ସାହିଯାତ ଦୋଳମଣ୍ଡପ ସାହି ପରିକ୍ରମା କରିଛି। ଶ୍ରୀମନ୍ଦିରରେ ମାୟା ମୃଗ ଓ ସୀତା ବିବାହ ନୀତି ହୋଇଥିବାବେଳେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାରୁ ରାବଣ ଓ ପୌରାଣିକ ଚରିତ୍ର ବାହାରି ପରିକ୍ରମା କରିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାମଲୀଳା ନୀତି ସମ୍ପନ୍ନ ହୋଇଥିଲା।ସକାଳେ ଓ ସନ୍ଧ୍ୟାରେ ଆଖଡାରୁ ରାବଣ ବାହାରି ସାହି ପ୍ରଶିକ୍ଷଣ କରିଥିଲା। ବୀରକର୍ଣ୍ଣ,ଗରୁଡ ଓ ପଞ୍ଚଶିରା ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏଥିସହ ବାଙ୍କ,ଛଡ଼ି, ନିଝାମ୍, ବନାଟି,ପିରାମିଡ୍ ଆଦି ଦୁଃସାହସିକ ଖେଳ ପ୍ରଦର୍ଶିତ ହୋଇଥିଲା। ସୂଚନା ଥାଉକି, ରାମନବମୀଠାରୁ ପୁରୀରେ ଆରମ୍ଭ ହୋଇଯାଇଛି ସାହିଯାତ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡ଼ା । ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି । ଏହାସହ ମଲ୍ଲୀଫୁଲ ମାଳାର ବାସ୍ନାରେ ମହକୁଛି ସାରା ପରିବେଶ। ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ।

Leave A Reply

Your email address will not be published.