ସମ୍ବଲପୁର ମହାନଦୀରେ ରାଜ୍ଯ ସ୍ତରୀୟ ବୋଟ୍ ରେସ୍, ଭାଗ ନେଇଥିଲେ ୬୨ ଜଣ ପ୍ରତିଯୋଗୀ

ସମ୍ବଲପୁର : ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥି ଓ ମହାନଦୀର ସ୍ବଚ୍ଛତାକୁ ନେଇ ସମାଜରେ ପ୍ରଚାର କରିବା ଉଦେଶ୍ଯ ନେଇ ସମ୍ବଲପୁର ମହାନଦୀ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ରାଜ୍ଯସ୍ତରୀୟ ନୌକା ପ୍ରତିଯୋଗିତା । ସମ୍ବଲପୁର ସହରର ବୀର ବଜରଙ୍ଗ ସଂଘ ହାଟପଡା ପକ୍ଷରୁ ମିନକେତନ ଦେହେରୀ ସ୍ମାରକି ରାଜ୍ଯ ସ୍ତରୀୟ ନୌକା ପ୍ରତିଯୋଗିତାରେ ୩୦ଟି ନୌକାରେ ୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ନେଇଥିଲେ । ସମ୍ବଲପୁର ବଡବଜାର ସଡ଼କ ଘାଟ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ମହାନଦୀର ଅଯୋଧ୍ୟା ସରୋବର ଠାରେ ପରିସମାପ୍ତି ହୋଇଥିଲା । ବିଶେଷ କରି ମହାନଦୀ ର ସ୍ବଚ୍ଛତା ନେଇ ଜନଜାଗରଣ ସୃଷ୍ଟି କରିବା ପାଇଁ ଏଭଳି ଆୟୋଜନ କରାଯାଇଥିବା ଆୟୋଜକ ମାନେ କହିଛନ୍ତି ।ତେବେ ଏହି ନୌକା ପ୍ରତିଯୋଗିତାକୁ ଦେଖିବା ପାଇଁ ଗତକାଲି ମହାନଦୀର ବଡବଜାର ସଡ଼କ ଘାଟ ଓ ଅଯୋଧ୍ୟା ସରୋବର ଠାରେ ବହୁ ସଂଖ୍ଯାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ଯପକ୍ଷରେ ଏହି ନୌକା ପ୍ରତିଯୋଗିତାରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ମହାନଦୀରେ ଅତ୍ୟାଧୁନିକ ବୋଟ୍‌ ସହ ଲାଇଫ ଜ୍ଯାକେଟ ଧରି ମୂତୟନ ଥିଲେ କର୍ମଚାରୀ । ସେହିପରି ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ବ୍ଯାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.