ଉପରମୁହାଁ ସୁନା ଦର
ମୁମ୍ବାଇ : ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ସୁନା ଦର ତ ବର୍ତ୍ତମାନ ସମୟରେ ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ସୁନା କିଣିବା ପାଇଁ ଲୋକେ ଘରେ ରହୁଥିବା ପୁରୁଣା ସୁନାକୁ ବଦଳ କରୁଛନ୍ତି । ସୁନା ଦରରେ ବର୍ତ୍ତମାନ ଦେଖାଦେଇଥିବା ବଡ଼ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୯୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୯୮୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୯୦୦ ଟଙ୍କା ଓ ୬୦,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୯୦୦ ଟଙ୍କା ଓ ୬୦,୯୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୦୫୦ ଟଙ୍କା ଓ ୬୧,୧୩୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୬୪୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୯୦୦ ଟଙ୍କା ଓ ୬୦ ,୯୮୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୬ ,୪୯୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।