ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ପ୍ଲାଷ୍ଟିକ ଗୋଦାମ, ନିଆଁ ଲିଭା ପାଇଁ ୨୫ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଚାହୁଁ ଚାହୁଁ ସାରା ଗୋଡାଉନ୍‌ ଜଳିଗଲା । ସାରା ଅଞ୍ଚଳରେ ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି । ଆକାଶକୁ ଛୁଇଁବା ଭଳି ନିଆଁ ଲାଗିଛି । ଦିଲ୍ଲୀର ଟିକ୍ରି କଲାଣ ଅଞ୍ଚଳରେ ପିଭିସି ମାର୍କେଟରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି ।ଘଟଣାସ୍ଥଳରେ ଦମକଳ ବାହିନୀର ୨୫ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଛନ୍ତି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ମୃତାହତ ନେଇ କୌଣସି ସୂଚନା ମିଳି ନାହିଁ । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଜଣାପଡିନି

Leave A Reply

Your email address will not be published.