ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ବଲାଙ୍ଗିର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ। ଫେକ୍‌ ସାର୍ଟିଫିକେଟ୍‌ କାରବାରର ଲିଙ୍କ୍‌ ସହିତ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । କଳାଟଙ୍କାର ଚେର ଖୋଜିପାରେ ତଦନ୍ତକାରୀ ଟିମ୍‌। ଗତକାଲି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତ ଜବତ କରିଥିଲା କ୍ରାଇମବ୍ରାଞ୍ଚ। ଚାରିଟି ମୂଲ୍ୟବାନ ଜମି ଓ ୧୭ ଲକ୍ଷ ଟଙ୍କା ଏହା ସହିତ ମନୋଜ ଓ ତା ସ୍ତ୍ରୀ ସନ୍ତୋଷିନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଛି। ଆଉ କେଉଁଠି କଳା ଟଙ୍କା ଲାଗାଇଛି ସେନେଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ୪ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକଙ୍କ ୩ ଦିନିଆ ରିମାଣ୍ଡ ବେଳେ ଜାଲ୍‌ ସାର୍ଟିଫିକେଟର ବହୁ ଗୁମର ଖୋଲିଛନ୍ତି ଅଭିଯୁକ୍ତ। ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ବଲାଙ୍ଗିର ପୋଲିସ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଡାକ ବିଭାଗରେ ନକଲି ଶିକ୍ଷାଗତ ପ୍ରମାଣ ପତ୍ରରେ ଚାକିରି ଆବେଦନ କରିବା ପରେ ଘଟଣା ପଦାକୁ ଆସିଥିଲା । ଏପଟେ ରିମାଣ୍ଡରେ ଥିବାବେଳେ ମନୋଜ ମିଶ୍ରର ସହଯୋଗୀ ଆଲୋକ ଉଦ୍‌ଗାତା ଅସୁସ୍ଥ ହୋଇପଡିଛି। ବିପି ବଢିଥିବାରୁ ତାକୁ ବଲାଙ୍ଗିର ଭୀମଭୋଇ ICUରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.