IPL ମହାମୁକାବିଲା: ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

IPL: ଆଜି IPLରେ ମହାମୁକାବିଲା। ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ। ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ ୫ ଥରର ଚାମ୍ପିୟନ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍‌ସ। ଆସି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍‌। ମ୍ୟାଚ୍‌ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ। ଚଳିତ ସିଜିନ୍‌ରେ ଚେନ୍ନାଇ ଦୁଇଟି ମ୍ୟାଚ୍‌ ଖେଳିଥିବାବେଳେ ଗୋଟିଏରେ ବିଜୟ ଓ ଗୋଟଏରେ ପରାଜୟ ବରଣ କରିଛି।ସେହିପରି ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ। ତେଣୁ ଆଜିର ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦଳ। IPL ଇତିହାସରେ ଉଭୟ ଦଳ ୩୪ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୦ଟିରେ ଓ ଚେନ୍ନାଇ ୧୪ଟିରେ ବିଜୟ ଲାଭ କରିଛି। ଆଜି ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ। ଅପରାହ୍ଣ ୩ଟା ୩୦ରେ ଗୌହାଟୀରେ ଖେଳାଯିବ ମ୍ୟାଚ୍‌।

Leave A Reply

Your email address will not be published.