ଫୁଲବାଣୀ : ଜନ୍ମଦିନ ପାଳିଲା ଜଗା । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଗା ପାଳିଛି ଅଷ୍ଟମ ଜନ୍ମଦିନ । ଜଗା ନିଜ ଭଉଣୀ ସୁଭଦ୍ର ସହ ସହ କେକ୍ କାଟି ଜନ୍ମଦିନ ପାଳିଥିବା କହିଛନ୍ତି ମାଆ ପୁଷ୍ପାଞ୍ଜଳୀ ।ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ମିଲୁପଡା ଗାଁର ଯୋଡାମୁଣ୍ଡ ଜଗାକୁ ସାତବର୍ଷ ପୁରି ୮ ଚାଲିଲା । ଦିଲ୍ଲୀ ଏମ୍ସରେ ଅପରେସନ୍ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ୍ଵାର୍ଡରେ ରହୁଛି ଜଗା । ଅପରେସନ୍ ପରେ ଏବେ ଜଗା ଧୀରେ ଧୀରେ ସୁସ୍ଥ ହେବା ସହ ପାଠ ମଧ୍ୟ ପଢୁଛି ।