ଯୁଦ୍ଧର ଡେମୋ ଦେଖାଉଛି ଚୀନ

ନୂଆଦିଲ୍ଲୀ : ଯୁଦ୍ଧର ଡେମୋ ଦେଖାଉଛି ଚୀନ । ହମଲା କଲେ ଯେମିତି ମୁକୁଳି ପାରିବନି ତାଇଓ୍ଵାନ । ଭୟଭିତ କଲାଭଳି ସମରାଭ୍ୟାସ କରୁଛି ଡ୍ରାଗନ । ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତର ଜବାବରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଛି ଚୀନ ସେନା। ଏଭଳି ସମରାଭ୍ୟାସରୁ କ୍ଷାନ୍ତ ରହିବାକୁ ଚୀନକୁ ସାବଧାନ କରିଛି ଆମେରିକା। ସେପଟେ ତାଇଓ୍ଵାନ ଜଳସୀମାରୁ ନହଟିଲେ ଜବାବ ଦିଆଯିବ ବୋଲି ପିଏଲଏସକୁ ସତର୍କ କରାଇଛି ତାଇଓ୍ଵାନ ନୌସେନା। ପୂରା ତାଇଓ୍ଵାନକୁ ଘେରି ଯାଇଛନ୍ତି ଚୀନର ଯୁଦ୍ଧ ଜାହାଜ ଓ ଫାଇଟର ଜେଟ । ଗତକାଲିଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ସମରାଭ୍ୟାସ ଆସନ୍ତା କାଲି ଶେଷ ହେବ। ଆଜି ଦ୍ୱିତୀୟ ଦିନରେ ତାଇଓ୍ଵାନ ଉପରେ ଉଡ଼ିଛି ୭୦ ଚାଇନିଜ ଏୟାରକ୍ରାଫ୍ଟ । ୧୧ ଯୁଦ୍ଧପୋତ ବି ତାଇଓ୍ଵାନ ଜଳସୀମାରେ ପଇଁତରା ମାରିଛନ୍ତି। ଗତକାଲି ଚୀନ ସେନାର ୪୫ଟି ଫାଇଟର ଜେଟ ମଧ୍ୟରେଖା ଅତିକ୍ରମ କରିଥିବା ତାଇଓ୍ଵାନ କହିଥିଲା। ଆଜି ସମରାଭ୍ୟାସରେ ସାମିଲ ହୋଇଛି ଅଧିକ ଫାଇଟର ଜେଟ୍। ସମରାଭ୍ୟାସ ତାଇଓ୍ଵାନକୁ ଚରମ ଚେତାବନୀ ବୋଲି କହିଛି ଚୀନ । ତାଇଓ୍ଵାନ କହିଛି ସାଇ ଇଙ୍ଗ େଓ୍ଵନଙ୍କ ଆମେରିକା ଗସ୍ତକୁ ଆଳ କରି ଶାନ୍ତି, ସୁରକ୍ଷା ଓ ସ୍ଥିରତା ଭଙ୍ଗ କରିଛି ଚୀନ। ବିରତ ନରହିଲେ ଆମେ ବି ଜବାବ ଦେବୁ ବୋଲି ତାଇଓ୍ଵାନ ନୌସେନା ପିଏଲଏକୁ ଚେତାବନୀ ଦେଇଛି। ଏଭଳି ସମରାଭ୍ୟାସରୁ କ୍ଷାନ୍ତ ରହିବାକୁ ଚୀନକୁ ସାବଧାନ କରିଛି ଆମେରିକା। ତାଇ ରାଷ୍ଟ୍ରପତି ସାଇ ଇଙ୍ଗ-େଓ୍ଵନ୍‌ ଆମେରିକାରୁ ଫେରିବାର କେଇ ଘଣ୍ଟା ପରେ ଗତକାଲି ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲା ଡ୍ରାଗନ। ତାଇ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ କଡ଼ା ବିରୋଧ କରିଥିଲା ଚୀନ। ଏହାକୁ ବେଖାତିର କରି ଆମେରିକା ଯାଇଥିଲେ ତାଇ ରାଷ୍ଟ୍ରପତି । ଆମେରିକା ହାଉସ ସ୍ପିକରଙ୍କୁ ବୁଧବାର ଭେଟିଥିଲେ। ଯାହା ଚୀନକୁ ଅସହ୍ୟ ହୋଇଥିଲା। ଆମେରିକା ଓ ତାଇଓ୍ଵାନର ସଂପର୍କ ସହି ପାରୁନି ଡ୍ରାଗନ।

Leave A Reply

Your email address will not be published.