ବଜାରକୁ ଆସୁଛି ୧୦୦ ଟଙ୍କିଆ କଏନ, ଜାଣନ୍ତୁ କେବେ ମିଳିବ

ନୂଆଦିଲ୍ଲୀ: ଖୁବ ଶୀଘ୍ର ବଜାରକୁ ଆସୁଛି ୧୦୦ ଟଙ୍କିଆ କଏନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମନ୍‌ କି ବାତ୍‌ ର ୧୦୦ ଏପିସୋଡ୍‌ ପୂର୍ଣ୍ଣ ଅବସରରେ ଉନ୍ମୋଚନ କରିବେ ।ମୁଦ୍ରାରେ ‘ମନ୍ କି ବାତ ୧୦୦’ ଲେଖାଯିବ। ମୋଦୀଙ୍କ ‘ମନ କି ବାତ’ର ୧୦୦ ତମ ଏପିସୋଡ ଏପ୍ରିଲ ୩୦ ରେ ପ୍ରସାରିତ ହେବ। ଏହି ମୁଦ୍ରା ସାଧାରଣ ମୁଦ୍ରା ଠାରୁ ଭିନ୍ନ ଅଟେ ।ସୂଚନା ଅନୁଯାୟୀ, ୧୦୦ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିମି ହେବ। ଏହା ରୂପା, ତମ୍ବା, ନିକେଲ୍ ଏବଂ ଜିଙ୍କ ଭଳି ଚାରୋଟି ଧାତୁରେ ତିଆରି ହେବ | ସରକାର କହିଛନ୍ତି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିବ ଏବଂ ଏହା ତଳେ ସତ୍ୟମେବ ଜୟତେ ଲେଖାଯିବ। ସେହିପରି ଅନ୍ୟପାର୍ଶ୍ୱରେ ଏକ ମାଇକ୍ରୋଫୋନ୍ ଚିତ୍ର ରହିବ ଏବଂ ଏହା ଉପରେ ୨୦୨୩ ଲେଖାଯିବ | ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଭାରତ ଏବଂ ଅନ୍ୟ ପଟେ ଇଣ୍ଡିଆ ଲେଖାଯିବ ଏବଂ ₹ ପ୍ରତୀକ ରହିବ ।

Leave A Reply

Your email address will not be published.