ସାବିତ୍ରୀ ପୂଜା କରୁ କରୁ ଜଳିଗଲେ ମହିଳା

Odisha Samachar Bureau :ସାବିତ୍ରୀ ବତ୍ରରେ ଅଘଟଣ ଘଟିଯାଇଛି। ଘରେ ପୂଜାପାଠ ଚାଲିଥିଲାବେଳେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ିଯାଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ। ଆହତ ମହିଳା ଜଣଙ୍କ ହେଲେ ଆନନ୍ଦପୁର ସହରର ଜଣେ ପ୍ରତିଷ୍ଠିତ ମିଠା ବ୍ୟବସାୟୀଙ୍କ ବୋହୂ। ସାବିତ୍ରୀ ଥିବାରୁ ଗତକାଲି ମହିଳାଙ୍କ ଘରେ ପୂଜାପାଠ ଚାଲିଥିଲା। ଏହି ପୂଜାରେ ଅନ୍ୟ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ହଠାତ୍ ଦୀପରୁ ନିଆଁ ମହିଳାଙ୍କ ଶାଢ଼ିରେ ଲାଗିଯାଇଥିଲା। ପରିବାର ଲୋକେ ଏହା ଦେଖି ସଙ୍ଗେସଙ୍ଗେ ପାଣି ଢାଳି ନିଆଁକୁ ଲିଭାଇ ଦେଇଥିଲେ। ହେଲେ ନିଆଁରେ ମହିଳାଙ୍କୁ ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.