ଖରା ଛୁଟି ପାଇଁ ୨୨ରୁ ବନ୍ଦ ରହିବ ହାଇକୋର୍ଟ

Odisha Samachar Bureau : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତା ମେ’ ୨୨ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ହେବ । ତେବେ ଏହି ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ଓ ଏଥିପାଇଁ ଆଜି ହାଇକୋର୍ଟଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ଛୁଟି ଦିନଗୁଡ଼ିକରେ ଅବକାଶକାଳୀନ ଖଣ୍ଡପୀଠ ମେ’ ୨୩,୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ । ସୂଚନା ଅନୁସାରେ ମେ’ ୨୩ ଓ ୨୫ତାରିଖରେ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ସମେତ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଜଣକିଆ ଖଣ୍ଡପୀଠରେ ଜରୁରୀ ମାମଲାର ଶୁଣାଣି ହୋଇପାରିବ । ସେହିପରି ମେ’ ୩୦ତାରିଖରେ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ କେଆର ମହାପାତ୍ର ଓ ଜଷ୍ଟିସ ଏମଏସ୍ ସାହୁ ଏବଂ ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଜଣିକିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ।

Leave A Reply

Your email address will not be published.