ଏ.ଏମ .ସି .ଏସ  ସୋସାଇଟି ବଞ୍ଚାଓ ଅଭିଯାନ ତରଫରୁ ଦାବିପତ୍ର

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଗର୍ବ ଏବଂ ଗୌରବ ହେଉଛି ଏ.ଏମ .ସି .ଏସ ଅର୍ଥାତ ମାଳ ବାଣିଜ୍ୟ ସମବାୟ ସମିତି। ଏହି ଅନୁଷ୍ଠାନ ହେଉଛି ଦଳିତ, ଆଦିବାସୀ ଓ ଗରିବ ଲୋକଙ୍କ ଅନ୍ନଦାତ୍ରୀ ।ଏହି ଅନୁଷ୍ଠାନ ଜରିଆରେ କନ୍ଧମାଳ ଜିଲ୍ଲାର ୯୦ ପ୍ରତିଶତ ଆଦିବାସୀ,ଦଳିତ ଏବଂ ଗରିବ ଲୋକ ଉପକୃତ ହେଉଥିଲେ । ଏହି ଅନୁଷ୍ଠାନ ଲକ୍ଷ ଲକ୍ଷ ଲୋକଙ୍କ ପେଟରେ ଦାନ ଦେଉଥିଲା । କିନ୍ତୁ ବିଗତ ୨୦ ବର୍ଷ ହେଲାଣି ଏହି ଅନୁଷ୍ଠାନ ଏବେ ଅକାମି ହୋଇ ପଡି ରହିଛି । ଯାହା ଦ୍ୱାରା ଲକ୍ଷ ଲକ୍ଷ ଆଦିବାସୀ ,ଦଳିତ ଏବଂ ଗରିବ ଲୋକ ମାନେ ବେରୋଜଗାର ହୋଇ ଛନ୍ତି । ତେଣୁ ଏହି ଅନୁଷ୍ଠାନ କୁ ପୁନଃଉଦ୍ଧାର ପାଇଁ ଏ.ଏମ .ସି .ଏସ  ସୋସାଇଟି ବଞ୍ଚାଓ ଅଭିଯାନ ତରଫରୁ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ଦିଆ ଯାଇଛି । ଉକ୍ତ ଦାବି ପତ୍ରରେ ଏ.ଏମ .ସି .ଏସ ସୋସାଇଟିକୁ ଖଲି, ହଳଦୀ , ଝାଡୁ ଶାଳପତ୍ର ଓ ଅନ୍ୟ ବନ୍ୟାଜାତ ଦ୍ରବ୍ୟ ପାଇଁ ମନୋପଲି ଲାଇସେନ୍ସ ଦିଆଯିବା, ଏ.ଏମ୍‌. ସି.ଏସ୍ ସୋସାଇଟର ପୁନଉଦ୍ଧାର ପାଇଁ ୧୦୦ କୋଟିର ପ୍ୟାକେଜ୍ ଘୋଷଣା କରାଯିବା,ସମସ୍ତ ଗୋଦାମ ଓ ଦୋକାନ ଗୃଦର ପୁନଉଦ୍ଧାର କରାଯିବା, ଏ.ଏମ୍‌. ସି.ଏସ୍ ସୋସାଇଟର ଜିଲ୍ଲା ଭିତରେ ଏବଂ ଜିଲ୍ଲା ବାହାରେ ଥିବା ଭୂ-ସମ୍ପତିର ଚିହ୍ନଟ ଓ ରକ୍ଷଣା ବେକ୍ଷଣା କରିଯିବା,ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଏବଂ ପରିଶେଷରେ ଏ.ଏମ୍‌. ସି.ଏସ୍ ସୋସାଇଟର ଦୋକାନ ଗୃହ ଏବଂ ଗୋଦାମ ଗୃହକୁ ବର୍ଷ ବର୍ଷ ଧରି ମାଡି ବସିଥିବା ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା ଏବଂ ନୂତନ ଭାବେ ଟେଣ୍ଡର ଭାବେ ଆହ୍ୱାନ କରାଯିବା ଆଦି ଦାବୀ ଉପସ୍ଥାପନା କରାଯାଇଛି । ଉକ୍ତ ଦାବୀ ଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏ.ଏମ୍‌. ସି.ଏସ୍ ସୋସାଇଟ୍ ବଞ୍ଚାଓ ଅଭିଯାନ ତରଫରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.