କେନ୍ଦ୍ର ଆଣିଲା ଅଧ୍ୟାଦେଶ: ଟ୍ରାନ୍ସଫର, ପୋଷ୍ଟିଂ ପାଇଁ କେଜ୍ରିୱାଲ ନୁହଁ, ଦିଲ୍ଲୀ ଉପରାଜ୍ୟପାଳ ହିଁ ବସ୍‌

Odisha Samachar Bureau :ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପୁଣି ଥରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇ ଦେଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ପୂର୍ବେ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ହୋଇଥିବା କ୍ଷମତା ଲଢ଼େଇରେ ଜିତି ଯାଇଥିଲେ କେଜ୍ରିୱାଲ। ହେଲେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିବା କେନ୍ଦ୍ର ସରକାର ପୁଣି ଥରେ ନିଜ ବଡ଼ ଭାଇ ପଣିଆ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବା ବେଳେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରି ପାରିବେନି ବୋଲି ରାୟ ପ୍ରକାଶ କରିଥିଲେ। ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର। ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ନାମକ ଏକ ଅଥରିଟି ଗଠନ କରିଛନ୍ତି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ , ଦିଲ୍ଲୀର ଚିଫ ସେକ୍ରେଟାରୀ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ସଦସ୍ୟ ରଖାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଥରିଟିର ଅଧ୍ୟକ୍ଷ ରହିବେ ।

Leave A Reply

Your email address will not be published.