ମୃତକଙ୍କ ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ରାଜଧାନୀରେ ମାଗଣାରେ ୫୮ଟି ଆମ୍ବୁଲାନ୍ସ ସେବା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ ସହିତ ସମ୍ପର୍କୀୟମାନେ ଯାଇପାରିବେ ବୋଲି ଜଣାଯାଇଚି। ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏହି କାର୍ଯ୍ୟ ଲାଗି ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ଶତାଧିକ ଲୋକ ଭୁବନେଶ୍ବରର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶତାଧିକ ମୃତଦେହ ମଧ୍ୟ ବିଭିନ୍ନ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତକ ଓ ଆହତଙ୍କ ପରିଜନମାନଙ୍କୁ ଏ ବାବଦରେ ସୂଚନା ଦେବା ସହ ସାହାଯ୍ୟ କରିବାକୁ ବିଏମ୍‌ସି ୨୪ ଘଣ୍ଟା ପ୍ରସ୍ତୁତ ରହିଛି। ୧୯୨୯ ହେଲ୍ପଲାଇନ୍‌ ନମ୍ବର ୨୪ ଘଣ୍ଟିଆ କାମ କରୁଥିବା ବେଳେ ଏହି ନମ୍ବରକୁ ‘ନାସନାଲ ଲେଭେଲ୍‌ ଡାଏଲିଂ ଫାସିଲିଟି’ ସୁବିଧା କରାଯାଇଛି। ୧୯୨୯ ସହ ଅନ୍ୟ ଏକ ଟୋଲ୍‌-ଫ୍ରି’ ନମ୍ବର ୧୮୦୦୩୪୫୦୦୬୧କୁ ମଧ୍ୟ ଦେଶର ଯେକୌଣସି ସ୍ଥାନରୁ ମାଗଣାରେ ଡାଏଲ୍‌ କରିହେବ। ଫଳରେ ସମ୍ପର୍କୀୟମାନେ ଅନ୍ୟ ରାଜ୍ୟରେ ଥାଇ ବିଏମ୍‌ସି ସହ ଯୋଗାଯୋଗ କରି ଆହତ ଓ ମୃତକଙ୍କ ବାବଦରେ ତଥ୍ୟ ସଂଗ୍ରହ କରିପାରିବେ।

Leave A Reply

Your email address will not be published.