ଜୁଆ ଖେଳରେ ହାରଜିତକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ । କଟୁରୀ ଚୋଟରେ ଦୁଇ ଗୁରୁତର ହସ୍ପିଟାଲରେ ଭର୍ତି

ଟାଙ୍ଗୀ : ଜୁଆ ଖେଳ ହେଲା କାଳ । ବୁଲିଲା କଟୁରୀ । ଦୁଇ ଜଣ ଗୁରୁତର ମେଡିକାଲରେ ଭର୍ତି । ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଟାଙ୍ଗୀ ଥାନା କୟଥପଲା ଗାଁରେ ଘଟିଛି ଏହି ଘଟଣା । ଗାଁଠାରୁ କିଛି ଦୂରରେ ଚାଲିଥିଲା ଜୁଆ ଖେଳ । ଏହାରି ଭିତରେ ହାର ଜିତକୁ ନେଇ ପାଟି ତୁଣ୍ଡ ହୋଇଥିଲା । ସ୍ଥାନୀୟ ଯୁବକଙ୍କ ସହ ବାହାରର କିଛି ଯୁବକ ଏହି ଜୁଆରେ ସାମିଲ ହୋଇ ପାଟି ତୁଣ୍ଡ କରିଥିଲେ । ଉଭୟ ପକ୍ଷରୁ ହାର ଜିତକୁ ନେଇ ଗଣ୍ଡଗୋଳ ହୋଇଥିଲା । ଅଧିକରୁ ଅଧିକ ଉତ୍ତେଜନା ହେବାରୁ କଟୁରୀରେ ଆକ୍ରମଣ କରିଥିଲେ ଦୁର୍ବୃତ । ଦୁଇଜଣଙ୍କୁ କଟୁରୀରେ ହାଣି ପକାଇଥିବା ବେଳ ସେମାନଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଘଟଣା ନେଇ ୪ ଜଣଙ୍କୁ ଅଟକ ରଖିବା ସହିତ ପଚରାଉଚୁରା ଜାରି ରଖିଛି ପୁଲିସ

Leave A Reply

Your email address will not be published.