ବାହାନଗା ରେଳ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍, ସେନାର ୫୦୦ ଯବାନ

ଭୁବନେଶ୍ବର : ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ଅପରେସନ୍ ୫୦ ଘଣ୍ଟା ଧରି ଚାଲିଥିଲା। ଏଥିରେ ସାମିଲ ହୋଇଥିଲେ ଅଗ୍ନିଶମ, ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଓ ସେନାର ୫ ଶହରୁ ଅଧିକ ଯବାନ ସାମିଲ ହୋଇଥିଲେ। ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା ପରେ ପରେ ବାଲେଶ୍ବର ଜିଲ୍ଲାର ସମସ୍ତ ଅଗ୍ନିଶମ କେନ୍ଦ୍ରର ଟିମ୍‌ ଉଦ୍ଧାରକାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ଭଦ୍ରକ, ବାରିପଦା, ଚଣ୍ଡିଖୋଲ, ଯାଜପୁର, କେନ୍ଦ୍ରାପଡ଼ା, ନରାଜ ଓ ବରମୁଣ୍ଡା ତାଲିମ କେନ୍ଦ୍ରର ଅଗ୍ନିଶମ ଟିମ୍ କର୍ମଚାରୀମାନେ ସେଠାରେ ପହଞ୍ଚିଯାଇଥିଲେ। ଅଗ୍ନିଶମ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କର୍ମଚାରୀମାନେ କାମ କରିଥିଲେ।ସେହିପରି ଓଡ୍ରାଫ୍‌ର ୫ଟି ୟୁନିଟ୍‌ର ୧୨୫ ଜଣ ଯବାନ ଘଟଣାସ୍ଥଳରେ ଲାଗିପଡ଼ିଥିଲେ। ଜଣେ କମାଣ୍ଡାଣ୍ଟଙ୍କ ନେତୃତ୍ବରେ ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ସୁବେଦାର ଲଥିରେ ସାମିଲ ହୋଇଥିଲେ। ସେହିପରି ଏନ୍‌ଡିଆର୍‌ଏଫ୍ ଓ ସେନାର ଶହେରୁ ଅଧିକ ଯବାନ ଅପରେସନରେ ସାମିଲ ହୋଇଥିଲେ। ପୂରା ୫୦ ଘଣ୍ଟାର ଅପରେସନ ଭିତରେ ସେମାନେ ମାତ୍ର ୩ ଘଣ୍ଟା ପାଇଁ ପର୍ଯ୍ୟାୟକ୍ରମେ ବିଶ୍ରାମ ନେଇଥିଲେ ଯବାନ। ଏନ୍ଏସ୍ଏସ୍, ରେଡକ୍ରସ୍, ବିଭିନ୍ନ ସଂଗଠନର ଶହ ଶହ ସଂଖ୍ୟାରେ ସ୍ବେଚ୍ଛାସେବୀ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ।

Leave A Reply

Your email address will not be published.