ପିପିଲି ଥାନାଧିକାରୀଙ୍କୁ କାମୁଡ଼ିଦେଲେ ମହିଳା

ପିପିଲି : ପିପିଲି ଥାନା ଅଧିକାରୀଙ୍କୁ ଜଣେ ମହିଳା କାମୁଡ଼ି ଆହତ କରିଛନ୍ତି। ଏହାକୁ ନେଇ ଆଜି ଦିନସାରା ପିପିଲି ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି। ହସ୍ତଗତ ସୂଚନା ଅନୁସାରେ, ଇନିସପେକ୍ଟର ଅଭିମନ୍ୟୁ ନାୟକ ଗତକାଲି ରାତି ପ୍ରାୟ ସାଢ଼େ ବାରଟା ବେଳେ ଚିକିତ୍ସିତ ହେବାପାଇଁ ପିପିଲି ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିକୁ ମହିଳା ଜଣଙ୍କ କାମୁଡ଼ିଥିବା ଏବଂ ଦୁଇ ଦାନ୍ତ ଗଳିଥିବାବେଳେ ସେହି ହାତର ପାପୁଲିଠାରୁ କହୁଣୀ ମଧ୍ୟବର୍ତ୍ତୀ ସ୍ଥାନରେ ଆଉ ଏକ କାମୁଡ଼ା ଚିହ୍ନ ରହିଛି। ବିଳମ୍ବିତ ରାତିରେ ଥାନାକୁ ମହିଳା କେଉଁ ପରିସ୍ଥିତିରେ ଆସିଥିଲେ ଓ ଆଇଆଇସିଙ୍କ ହାତର ଦୁଇ ଜାଗାକୁ କାହିଁକି କାମୁଡ଼ିଲେ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏ ସମ୍ପର୍କରେ ଆଇଆଇସି ଶ୍ରୀ ନାୟକଙ୍କୁ ପଚାରିବାରୁ ସେ କାମୁଡ଼ିବାର କାରଣ ସମ୍ପର୍କରେ ସୂଚନା ନଦେଇ ମହିଳାଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି।

Leave A Reply

Your email address will not be published.