୨୪ ଘଣ୍ଟାରେ ଆହୁରି ଭୀଷଣ ହେବ ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’; ପ୍ରଭାବରେ ଗୁଜରାଟର ତିଥଲ ବେଳାଭୂମିରେ ଉଚ୍ଚ ଢେଉ

ନୂଆଦିଲ୍ଲୀ: ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ଉତ୍ତର-ଉତ୍ତରପୂର୍ବ ଦିଗକୁ ଏହି ବାତ୍ୟା ଗତି କରିବ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି। ରାତି ୨.୩୩ରେ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଜୁନ୍‌ ୯ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିଲା। ଆଗମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ।

Leave A Reply

Your email address will not be published.