ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇକୁ ବଡ ସଫଳତା : ତ୍ରୁଟି ଥିବା ସତ୍ତ୍ୱେ ଯାଞ୍ଚ କରିନଥିଲେ ଷ୍ଟେସନ ମାଷ୍ଟର

ବାହାନଗା ଟ୍ରେନ ଦୁର୍ଘଟଣା ତଦନ୍ତ କରୁଥିବା ସିବିଆଇ ତଦନ୍ତ ଜୋରଦାର ଚଳାଇଛି । ସିବିଆଇ ଟିମ ୩ ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଓ ଅନ୍ୟ ଜଣେ ରେଳ କର୍ମଚାରୀ ଥିବା ଜଣାପଡିଛି । ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯାଞ୍ଚ ବେଳେ ସିବିଆଇ ହାତରେ ବଡ଼ ତଥ୍ୟ ଲାଗିଛି ।ଜୁନ୍ ୨ ତାରିଖ ଦୁର୍ଘଟଣା ଦିନ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଏହି ତୃଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ହେଲେ ସେ ଆସିବାକ ବିଳମ୍ବ କରିବାରୁ ସିଗନାଲ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିନନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ । ପରେ ସିଗନାଲିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି କି ନାହିଁ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଆଉ ଯାଞ୍ଚ କରିନଥିଲେ । ଆଉ ଯେଉଁଥିପାଇଁ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ହାତରେ ପ୍ରମାଣ ଲାଗିଥିବା ଜାଣିବାକୁ ମିଳିଛି । ଏହି ତ୍ରୁଟି କାରଣରୁ କରମଣ୍ଡଳ ଟ୍ରେନ୍ ମେନ ଲାଇନରେ ନଯାଇ ଲୁପ ଲାଇନରେ ଯାଇ ସେଠାରେ ପୂର୍ବରୁ ଠିଆ ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.