୫ଟି ସଚିବଙ୍କୁ କନ୍ଧମାଳ ପିପୁଲସ୍ ଫୋରମ୍ ର ଦାବି ପତ୍ର ..

କନ୍ଧମାଳ : ଦୁଇଦିନିଆ କନ୍ଧମାଳ ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଜିଲ୍ଲାର ଉନ୍ନତି କିଭଳି ହୋଇ ପାରିବ ସେ ସବୁର ସମୀକ୍ଷା ଚାଲିଛି। ଆଉ ଏହି ସମୟରେ ୫ଟି ସଚିବଙ୍କ ପାଖେ କନ୍ଧମାଳର ବିକାଶ ପାଇଁ ଅନେକ ଗୁଡିଏ ଦାବି ଉପସ୍ଥାପନ କରିଛି କନ୍ଧମାଳ ପିପୁଲସ୍ ଫୋରମ୍ । ଏନେଇ କନ୍ଧମାଳ ପିପୁଲସ୍ ଫୋରମ୍ ର ସଭାପତି ରାଧାମୋହନ ମହାପାତ୍ର ,ଉପ ସଭାପତି ପ୍ରିୟରଞ୍ଜନ ମିଶ୍ର ,ସାଧାରଣ ସଂପାଦକ ନୀଳ ମାଧବ ମିଶ୍ର ଓ ଆଇନ ପରାମର୍ଶ ଦାତା ଅଶୋକ ବେହେରା ମହାଦେବ ସାହୁ ପ୍ରମୁଖ ମିଶି ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିଶେଷ ଭାବରେ ସାକ୍ଷାତ କରି ଦାବି ଗୁଡିକୁ ଲିଖିତ ଭାବରେ ଉପସ୍ଥାପନ କରିଛନ୍ତି । ଉକ୍ତ ଦାବି ଗୁଡିକ ମଧ୍ୟରେ ଜିଲ୍ଲାର ମୁଖ୍ୟ ସମସ୍ୟା ଗୁଡିକ ଯଥା ଶିକ୍ଷା ଗମନାଗମନ ,ଉତ୍ତମ ସ୍ୱାସ୍ଥ୍ୟ ସେବା , ଶୁଦ୍ଧ ପାନୀୟ ଜଳ ଯୋଗାଣ ,ପର୍ଯ୍ୟଟନ କ୍ଷେତ୍ରର ବିକାଶ,ଜିଲ୍ଲାକୁ ରେଳ  ଏବଂ ବିମାନ ସେବା ,ସରକାରୀ  ଜମି ଜଵର  ଦଖଲକାରୀଙ୍କୁ ଉଚ୍ଛେଦ ଆଦି ଦାବି ଗୁଡିକ ରହିଛି । ତେବେ ଓଡିଶାର ସମସ୍ତ ଜିଲ୍ଲା ମଧ୍ୟରୁ କନ୍ଧମାଳ ହେଉଛି ଅନ୍ୟତମ । ତେଣୁ ବିଭିନ୍ନ ଜିଲ୍ଲାର ଲୋକମାନେ ଏହି ଜିଲ୍ଲାକୁ ବେସରକାରୀ ତଥା ସରକାରୀ ଚାକିରୀ, ମଜୁରୀ କାମ, ବ୍ୟବସାୟ, ସେମାନଙ୍କ ପିଲାମାନଙ୍କର ଶିକ୍ଷା ତଥା ଭିନ୍ନ ଭିନ୍ନ ସନ୍ଧାନରେ ଆସିଥାନ୍ତି। ଏବଂ ମନ ଇଚ୍ଛା ସରକାରୀ ଜମିକୁ ନିଜ ଅଧିନରେ ନେଇ ଜବର ଦଖଲ କରି ରହି ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ଜବରଦଖଲ କାରୀଙ୍କୁ ଉଛେଦ କରିବା।କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ପ୍ରାୟତ ଜନସାଧାରଣ ଏସି.ଏସଟି ଶ୍ରେଣୀର ଏବଂ ସେମାନଙ୍କ ପିଲାମାନଙ୍କର ଉତ୍ତମ ଭବିଷ୍ୟତ ଏବଂ  ଭଲ ପାଠ ପଢାପାଇଁ ପ୍ରତ୍ୟକ ବ୍ଳକରେ ଏକଲବ୍ୟ ବିଦ୍ୟାଳୟ ପ୍ରଚିଷ୍ଠା କରିବା । ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପୁନରୁଦ୍ଧାର ଏବଂ ଲୁତ୍କାୟତ ମାଧ୍ୟମରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରି ସେଗୁଡିକୁ ସରକାରୀ ମାନତ୍ୟା ଦେବା । ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷପ ନେବା ।  ଜଳ ସମ୍ପଦ ଏବଂ ଭୂତଳ ଜଳ ସଂରକ୍ଷଣ ସହ ଚେକ୍ ଡ୍ୟାମ ନିର୍ମାଣ କରିବା । ରେଳ ସେବେ ପାଇଁ  ଠୋସ୍ ପଦକ୍ଷପ ନେବା ଏବଂ ଯଥ ସମ୍ଭବ କାର୍ଯ୍ୟକୁ ତ୍ୱରାନିତ କରି ରେଳ ଚଳାଚଳର ଶୁଭାରମ୍ଭ କରିବା ଏବଂ ଜିଲ୍ଲାରେ ବିମାନ ସେବା ପାଇଁ ଏକ ଏରୋଡମ ଫିଲ୍ଡ ନିର୍ମାଣ କରିବା ଯାହା ଦ୍ୱାର ଜିଲ୍ଲାକୁ ସିଧାସଳଖ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଯାତାୟତ କରିବାର ସୁବିଧା ପାଇବେ ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତୀ ହୋଇପାରିବ ।  ଏଭଳି ଅନେକ ଗୁରୁତ୍ୱପୁର୍ଣ୍ଣ ଦାବୀ ଗୁଡିକୁ କନ୍ଧମାଳ ପିପୁଲସ୍ ଫୋରମ୍ ର ସଭାପତି  ରାଧାମୋହନ ମହାପାତ୍ର ୫ଟି ସଚିବଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ପୁର୍ବରୁ କନ୍ଧମାଳର ବିକାଶ ପାଇ ଅନେକ ଥର ସ୍ୱର ଉଠାଇଥିବା ବେଳେ ଏଥର ମଧ୍ୟ କନ୍ଧମାଳର କିଭଳି ଉନ୍ନତୀ ହୋଇ ପାରିବ ସେଥିପାଇ କନ୍ଧମାଳ ପିପୁଲସ୍ ଫୋରମ୍ ଅଣ୍ଟା ଭିଡିଛି । ତେବେ ସଭାପତି ରାଧାମୋହନଙ୍କ କହିବାନୁଯାୟୀ ୫ଟି ସଚିବଙ୍କ ସହ ଆଲୋଚନା ସକରାତ୍ମକ ଉର୍ଜା ସୃଷ୍ଟି କରିଛି । ଯାହା ଆଗାମୀ ଦିନରେ କନ୍ଧମାଳ ବିକାଶ ପ୍ରତି ନିଶ୍ଚୟ ସହାୟକ ହେବ ।

Leave A Reply

Your email address will not be published.