ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କୁ ଧରି ଭଡ଼ା ଘରେ ସିବିଆଇ

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା ପରଠୁ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ପତ୍ତା ମିଳୁ ନ ଥିବା ବେଳେ ଘରେ ତାଲା ଝୁଲୁଥିଲା। ଗତକାଲିଠୁ ସିବିଆଇ ତାଙ୍କ ଭଡ଼ା ଘର ସିଲ୍‌ କରିଥିବା ବେଳେ ଆଜି ସକାଳେ ଜେଇ ଅମୀର ଖାନଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚିଛି ସିବିଆଇ ଟିମ୍‌।ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ପରିବାର ସହ ସୋର କମରପୁରଠାରେ ଭଡ଼ା ଘରେ ରହୁଥିଲେ। ମାତ୍ର ଦୁର୍ଘଟଣାର ୨ ଦିନ ପରଠାରୁ ତାଙ୍କ ଦେଖା ମିଳୁ ନ ଥିବା ବେଳେ ତାଙ୍କ ଘରେ ତାଲା ଝୁଲୁଥିଲା। ଆଜି ଜେଇଙ୍କୁ ସାଙ୍ଗରେ ନେଇ ଭଡ଼ା ଘରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରୁଛି CBI ଟିମ । ତେବେ ଏତେ ଦିନ ହେଲାଣି ଅମିର ଖାନ କେଉଁଠି ଥିଲେ, କ’ଣ ପାଇଁ ସେ ହଠାତ୍‌ ଗାଏବ ହୋଇ ଯାଇଥିଲେ ସେ ନେଇ କିଛି ସୂଚନା ମିଳିନି।ବାହାନଗା ଟ୍ରେନ୍‌ ଟ୍ରାଜେଡି ର ତଦନ୍ତ ସିବିଆଇ କରୁଥିବା ବେଳେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣାର ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ଗତକାଲି ପୁଣି ଫେରିଛନ୍ତି। ପୂର୍ବରୁ ସିବିଆଇ ସିଗ୍‌ନାଲ ଜେଇ ଅମିର ଖାନ୍‌ ଓ ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ପଚରାଉଚରା କରିଥିଲା। ହେଲେ ଏହାପରେ ଜେଇଙ୍କ ପତ୍ତା ମିଳି ନ ଥିଲା। ଏହାପରେ ହଠାତ୍‌ ଆଜି ତାଙ୍କ ଆର୍ବିଭାବ ପଛର ରହସ୍ୟ ବୁଝାପଡ଼ୁନି ।

Leave A Reply

Your email address will not be published.