ଆଦିବାସୀଙ୍କ ସ୍ୱାର୍ଥ,ସୁରକ୍ଷା ଓ ବିକାଶ ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ଦମ୍ଭୋକ୍ତି ବାଢ଼ୁଥିବା ରାଜ୍ୟର କ୍ଷମତାସୀନ ନବୀନ ପଟ୍ଟନାୟକ ସରକାରରେ ଆଦିବାସୀମାନେ ୨.୧୦ଲକ୍ଷ ହେକ୍ଟର ଜମି ଉପରୁ ନିଜର ମାଲିକାନା ସତ୍ୱ ହରାଇଛନ୍ତି । ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ରାଜ୍ୟର ଆଦିବାସୀଙ୍କ ଜମି ପରିମାଣ ୧୭.୪୮ଲକ୍ଷ ହେକ୍ଟରରୁ ହ୍ରାସ ପାଇ ୧୫.୩୮ଲକ୍ଷ ହେକ୍ଟରରେ ରହିଛି । ଏପରିକି ଆଦବାସୀଙ୍କ ଜମିର ହିସାବ ସରକାରୀ ଭାବେ ଜିଲ୍ଲା ଓ ତହସିଲସ୍ତରରେ ବି ରଖିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇନାହାନ୍ତି । ସିଏଜି ଏସବୁ ଦିଗକୁ ଦର୍ଶାଇବା ସହ ନିଜର ଚିଠା ଅଡିଟ୍ ରିପୋର୍ଟରେ ଉଦବେଗ ପ୍ରକାଶ କରିଛନ୍ତି ।ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ସମେତ ବିଭିନ୍ନ ଦଳ ଏବେ ରାଜ୍ୟର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଥିବାବେଳେ ସିଏଜିଙ୍କ ଚିଠା ଅଡିଟ୍ ରିପୋର୍ଟ ନବୀନ ପଟ୍ଟନାୟକ ସରକାରର ଆଦିବାସୀ ପ୍ରୀତିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ସିଏଜିଙ୍କ ଚିଠା ଅଡିଟ୍ ରିପୋର୍ଟ ଅନୁସାରେ ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ମୋଟ କୃଷି ଜମି ପରିମାଣ ୫୦.୧୯ଲକ୍ଷ ହେକ୍ଟରରୁ ୪୬.୧୯ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ତେବେ ଏହି ଅବଧି ମଧ୍ୟରେ ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆଦିବାସୀ ବର୍ଗର ଲୋକଙ୍କ ଜମି ମାଲିକାନାରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ହୋଇଛି । ଅର୍ଥାତ୍ ୨୦୦୫-୦୬ରୁ ୨୦୧୫-୧୬ ମସିହା ମଧ୍ୟରେ ମୋଟ ୨.୧୦ଲକ୍ଷ ହେକ୍ଟର ଜମି ଉପରୁ ଆଦିବାସୀମାନେ ନିଜର ମାଲିକାନା ହରାଇ ବସିଛନ୍ତି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୯୫.୯୧ଲକ୍ଷ ଆଦିବାସୀ ଲୋକ(ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫%) ଥିବାବେଳେ ସେମାନଙ୍କ ମଧ୍ୟରେ ୧୩ଟି ଆଦିମ ଜନଜାତିଙ୍କୁ ମିଶାଇ ମୋଟ ୬୨ଟି ସମୁଦାୟର ଲୋକେ ଅଛନ୍ତି । ରାଜ୍ୟର ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୧୧୯ଟି ବ୍ଲକ ସିଡ୍ୟୁଲ ଏରିଆ ଭାବେ ଚିହ୍ନଟ ହୋଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୪.୭୦% ଅଂଚଳ ସିଡ୍ୟୁଲ ଏରିଆରେ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ଜିଲ୍ଲା ଓ ତହସିଲସ୍ତରରେ ଆଦିବାସୀଙ୍କ ଜମି ସଂକ୍ରାନ୍ତୀୟ ତଥ୍ୟର ହିସାବ ରଖିବା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କିମ୍ବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ କିମ୍ବା ସମ୍ପୃକ୍ତ ତହସିଲରେ ନାହିଁ ବୋଲି ସିଏଜି ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୁଭେବୁଲ ପ୍ରର୍ପଟି(ଓଏସଏଟିଆଇପି)