ପାଟନାରେ ଏକାଠି ହୋଇଛନ୍ତି ବିରୋଧୀ, ଅମିତ ଶାହ କହିଲେ- ଫଟୋ ସେସନ ଚାଲିଛି

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ୧୫ରୁ ଅଧିକ ବିରୋଧୀ ଦଳ ଆଜି ବିହାରର ପାଟନାରେ ଏକାଠି ହୋଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟିକେ ବ୍ୟଙ୍ଗ କରି ସେମାନଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀମାନେ ଏକ ଫଟୋ ସେସନ ପାଇଁ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି।ଅମିତ ଶାହ କହିଛନ୍ତି, ଆଜି ପାଟନାରେ ଏକ ଫଟୋ ସେସନ ଚାଲିଛି। ସେମାନେ (ବିରୋଧୀ) ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନ୍‌ଡିଏକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛନ୍ତି। ସେମାନେ ଯେତେ ଚେଷ୍ଟା କଲେ ବି ଏକାଠି ହୋଇପାରିବେ ନାହିଁ। ଯଦି ବି ସେମାନେ ଏକାଠି ହୋଇଯାଆନ୍ତି, ନରେନ୍ଦ୍ର ମୋଦି ୩୦୦ରୁ ଅଧିକ ଆସନ ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଦେଶବାସୀ ସୁନିଶ୍ଚିତ କରିବେ।ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଅମିତ ଶାହ କହିଛନ୍ତି ଯେ ଦେଶରୁ ଦୁର୍ନୀତିକୁ ଉପାଡ଼ି ଫିଙ୍ଗିବା ପାଇଁ ମୋଦି ସରକାର ଏକ ଶକ୍ତ ଭିତ୍ତିଭୂମି ପକାଇସାରିଛି। ଅନ୍ୟପକ୍ଷରେ ପୂର୍ବର ଉପା (UPA) ସରକାର ନିଜେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଥିଲେ।

Leave A Reply

Your email address will not be published.