୨ କିଶୋରଙ୍କୁ କିସ୍‌, ହଗ ଓ ଆପତ୍ତିଜନକ ଭାବେ ସ୍ପର୍ଶ କରି ସିଙ୍ଗାପୁରରେ ଭାରତୀୟଙ୍କୁ ଜେଲ୍‌

ସିଙ୍ଗାପୁରରେ ଭାରତର ନାଁ ପକାଇଛନ୍ତି ଜଣେ ୪୪ ବର୍ଷୀୟ ରୋଷେୟା। ସେ ସର୍ବସାଧାରଣ ସ୍ଥାନରେ ୨ ଜଣ କିଶୋରୀଙ୍କୁ କିସ୍‌, ହଗ ଓ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିବା ତାଙ୍କୁ ସିଙ୍ଗାପୁରର ଗୋଟିଏ କୋର୍ଟ ୩ ମାସ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଭାରତର ରୋଷେୟା ସୁଶୀଲ କୁମାରଙ୍କୁ ୨ଟି ଅସଦାଚରଣ ଦଫାରେ ଏପରି ଦଣ୍ଡବିଧାନ କରାଯାଇଛି।ପ୍ରଥମ ଅସଦାଚରଣ ଘଟଣାର ୩ ମାସ ପରେ ସେ ଆଉ ଜଣେ କିଶୋରୀଙ୍କୁ ଆପତ୍ତିଜନକ ଭାବେ ଛୁଇଁ ଥିଲେ ଓ ତାଙ୍କୁ ଭଲ ପାଉଥିବା କହି କିସ୍‌ ମଧ୍ୟ କରିଥିଲେ। ଗତବର୍ଷ ଅଗଷ୍ଟ ୨ରେ ଜଣେ ୧୪ ବର୍ଷୀୟ ଝିଅ ସିଙ୍ଗାପୁରର ବୋନ କେଙ୍ଗ ଷ୍ଟେସନରୁ ଚାଲିଚାଲି ଘରକୁ ଯାଉଥିଲେ।ଏହି ସମୟରେ କୁମାର ହଠାତ୍‌ ତାଙ୍କ ସାମ୍ନାକୁ ଚାଲିବା ସହ ତାଙ୍କୁ ଅଟକାଇଥିଲେ। ଝିଅଟି ପ୍ରଥମେ କିଛି ବୁଝି ପାରି ନଥିଲେ ଓ କୁମାର ଷ୍ଟେସନକୁ ରାସ୍ତା ପଚାରୁ ଥିବା ଭାବି ସେଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

Leave A Reply

Your email address will not be published.