ଘୋର କଳିଯୁଗ ! ୧୬ ମାସର ଶିଶୁକୁ ଘରେ ଏକୁଟିଆ ଛାଡି ବୁଲିବାକୁ ଚାଲିଗଲା ମା’, ଭୋକ ଉପାସରେ ମରିଗଲା ଛୁଆ

ସାରା ଦୁନିଆରେ ମା’ ଠାରୁ ବଡ କିଛି ନାହିଁ । ନିଜ ପିଲା ପାଇଁ ମା’ କିଛି ବି କରିପାରେ । ମା’ର ତ୍ୟାଗ ସହିତ କିଛି ତୁଳନା କରିବା ଅସମ୍ଭବ । ପିଲା ପାଖକୁ କୌଣସି  ସମସ୍ୟା ଆସିବା ଆଗରୁ ମା’  କାନ୍ଥ ହୋଇ ଛିଡା ହୋଇଥାଏ । ହେଲେ କେବେ କୌଣସି ମା’ ନିଜ ପିଲାର ଜୀବନକୁ ଅସୁବିଧାରେ ପକାଇ କୁଆଡେ ବୁଲିବାକୁ ଯାଇପାରେ ନାହିଁ । ହେଲେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ମା’ ନିଜର ୧୬ ମାସର ପିଲାକୁ ଘରେ ଏକୁଟିଆ ଛାଡି ବୁଲିବାକୁ ଚାଲିଯାଇଛନ୍ତି । ଆଉ ୧୦ ଦିନ ବୁଲିକରି ଫେରିବା ପରେ ପିଲାଟି ଆଉ ନାହିଁ ।ଖବର ମୁତାବକ, ଆମେରିକାର ଓହିହୋରେ ରହୁଥିବା ୩୧ ବର୍ଷୀୟ କ୍ରିଷ୍ଟାଲ ଏ କେଡେଲାରିଓ ୧୬ ମାସର ପିଲା ଜେଲିନକୁ ଘରେ ଏକୁଟିଆ ଛାଡିଦେଇ୧୦ ଦିନ ବୁଲିବାକୁ ଚାଲିଯାଇଥିଲେ ।  କେବଳ ପଡୋଶୀ ନିଜ ପିଲାର ଦେଖାଶୁଣା କରିବାକୁ କହି ଛୁଟି ମନାଇବାକୁ ଚାଲିଯାଇଥିଲେ କେଡେଲାରିଓ । ୧୦ ଦିନ ପର୍ଯ୍ୟନ୍ତ ନିଜ ପିଲାକୁ ଏକୁଟିଆ ଛାଡି ଯିବା ପରେ ମଧ୍ୟ ସେ ଥରଟେ ବି ଫୋନ କରି ପଡୋଶୀଙ୍କୁ ନିଜ ପିଲା ବିଷୟରେ କିଛି ବି ପଚାରିନାହାନ୍ତି । ଆଉ ପିଲାଟି ୧୦ ଦିନ ପର୍ଯ୍ୟନ୍ତ ଘରେ ପଡି ରହି କିଛି ନ ଖାଇ ନପିଇ ଶେଷରେ ମରିଯାଇଛି ।ପୋଲିସକୁ ଏହା ବିଷୟରେ ଖବର ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପିଲାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପିଲାର ମୃତ୍ୟୁ ଡିହାଇଡ୍ରେସନ ଯୋଗୁଁ ହୋଇଥିବା ଜଣାପଡିଛି । ତେବେ ମା’ କିପରି ନିଜର ୧୬ ମାସର ପିଲାକୁ ଏକୁଟିଆ ଛାଡି ବୁଲିବାକୁ ଯାଇଛନ୍ତି, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ପିଲାଟି ଏକ ମଇଳା କମ୍ବଳରେ ଗୁଡାଇ ହୋଇ ପଡିଥିବା ଦେଖିବାକୁ ପାଇଛି । ଶିଶୁଟି ଝାଡା ଏବଂ ପରିସ୍ରାରେ ଜୁଡୁବୁଡୁ ହୋଇଥିଲା । ପୋଲିସ ମୃତ ଶିଶୁର ମା’ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି ।

Leave A Reply

Your email address will not be published.