ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ପ୍ରୟାସ କରୁଥିବା ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କଲା ବିଜେଡି, ୫ ପ୍ରଶ୍ନ ପଚାରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର : ବିଜେଡି ଟାର୍ଗେଟରେ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କ୍ଷମା ମାଗନ୍ତୁ ବୋଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର କହିଛନ୍ତି। ଶ୍ରୀଜଗନ୍ନାଥଙ୍କ କାମ ଅଟକାଇ ଓଡ଼ିଆଙ୍କ ଭାବାବେଗରେ ଆଘାତ ଦେଇଥିବାରୁ ସାଂସଦ କ୍ଷମା ମାଗନ୍ତୁ ବୋଲି ବିଜେଡି କହିଛି। ପ୍ରେସମିଟ୍‌ରେ ଏନେଇ ଦାବି କରିଛନ୍ତି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର। ଏ ଅବସରରେ ଶ୍ରୀମୟୀ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରକଳ୍ପ ବନ୍ଦ କରିବା ପାଇଁ ଜନ ସ୍ୱାର୍ଥ ମାମଲା ଦାଖଲ ହୋଇଥିଲା। ଅପରାଜିତା ଷଡଙ୍ଗୀଙ୍କ ଇଙ୍ଗିତରେ ତାଙ୍କ ଅନୁଗତ ଏହି ମାମଲା ଦାଖଲ କରିଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟ ଏହାକୁ ଖାରଜ କରି ଉଚିତ ନ୍ୟାୟ ଶୁଣାଇଥିଲେ। ପ୍ରକଳ୍ପ ସପକ୍ଷରେ ସୁପ୍ରିମ୍‌କୋର୍ଟ ରାୟ ପ୍ରଦାନ କରିଥିଲେ। ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ମଧ୍ୟ ଅପରାଜିତା ପ୍ରୟାସ କରିଥିବା ଅଭିଯୋଗ କରିଛି ବିଜେଡି। ଏଥିସହିତ ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର ।

୧- କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ରେ ପାଣି ଜମୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ୪ ବର୍ଷ ଧରି ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପଦକ୍ଷେପ ନେଇଛନ୍ତି କହିବେ କି?

Umasankar Adv

୨ – ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କାମ ମନ୍ଥର ଗତିରେ ଚାଲିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବାକୁ ୨ ଘଣ୍ଟା ଲାଗୁଛି, ଭୁବନେଶ୍ୱର ସାଂସଦ କୁହନ୍ତୁ କେବେ ସୁଦ୍ଧା ଏହି ଜାତୀୟ ରାଜପଥ କାମ ସରିବ?

gpkandhamal

୩ – ୩ ବର୍ଷ ତଳେ ମାଷ୍ଟର ପ୍ଲାନ ଶୁଣିଥିଲୁ । କ୍ୟାପିଟାଲ ରିଜଅନର ଆଉଟର ରିଂଗ ରୋଡ଼ର ମାଷ୍ଟର ପ୍ଲାନ କାଗଜ କଲମରେ ସୀମିତ ରହିଛି । ତାହା ବାସ୍ତବିକତାର ରୂପ ନେବ କି ନାହିଁ । ଭୁବନେଶ୍ୱରବାସୀଙ୍କୁ ଯେଉଁ ସ୍ୱପ୍ନ ଦେଖାଇଥିଲେ ତାହା କେବେ ସୁଦ୍ଧା ବାସ୍ତବ ରୂପ ନେବ ତାହାର ଉତ୍ତର ରଖିବେ କି ଅପରାଜିତା?

୪ – ଖୋର୍ଦ୍ଧାର ବେଗୁନିଆ, ବୋଲଗଡ଼, ବାଲିଅନ୍ତା ଭଳି ସ୍ଥାନରେ ନେଟୱାର୍କ ଠିକ ସେ ଆସୁନି । ଭୁବନେଶ୍ୱର ସାଂସଦ ଭାବେ ରାଜଧାନୀରେ ଟେଲି ଯୋଗାଯୋଗ ସେବା ବାବଦରେ କଣ ପଦକ୍ଷେପ ନେଇଛନ୍ତି ଓ କେନ୍ଦ୍ର ପାଖରେ କଣ ଦାବି ରଖିଛନ୍ତି ତାହା ସ୍ପଷ୍ଟ କରିବେ କି?

୫ – ବ୍ୟାଙ୍କିଙ୍ଗ ସେକ୍ଟର ବଢାଇବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ ପଦକ୍ଷେପ ନେଇଛନ୍ତି ଅପରାଜିତା। ଚନ୍ଦକା, ଦାରୁଢେଙ୍ଗ, ଅନ୍ଧାରୁଆ, ମେଣ୍ଢାଶାଳରେ ସଠିକ ଢଙ୍ଗରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇପାରୁନି । ସ୍ଥାନୀୟ ଜନ ପ୍ରତିନିଧି ଭାବେ ଏନେଇ ଦିଲ୍ଲୀରେ ଏନେଇ ସ୍ୱର ଉତ୍ତୋଳନ କରିବାର ଦେଖିବାକୁ ମିଳୁନି । ତେଣୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ କଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ରଖନ୍ତୁ ଅପରାଜିତା ।

Leave A Reply

Your email address will not be published.