ଦିଲ୍ଲୀ ପ୍ରଗତି ଟନେଲ ଲୁଟ୍‌ ଘଟଣା: ଲୁଟେରା ଗ୍ୟାଙ୍ଗକୁ ଧରାଇଦେଲା ବାଇକ୍‌ , ୫ ଗିରଫ

ଦିଲ୍ଲୀ :  ଦିଲ୍ଲୀ ପ୍ରଗତି ମଇଦାନ ଅଣ୍ଡରପାସ ନିକଟରେ ଗତକାଲି ହୋଇଥିବା ଲୁଟ୍‌ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଲୁଟ୍‌ର ମାଷ୍ଟରମାଇଣ୍ଡ ନିଜ ସାଥିଙ୍କ ସହିତ ବୁରାଡୀ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲା । ଲୁଟ୍‌ର ଗୋଟେ ଦିନ ପୂର୍ବରୁ ସମସ୍ତେ ମିଶି ମଦ ପାର୍ଟି କରିବା ପରେ ଏହି ପ୍ଲାନ୍‌ କରିଥିଲେ । ପୋଲିସ ସିସିଟିଭି ଆଧାରରେ ୫ ଅଭିଯୁକଙ୍କୁ ଗିରଫ କରିଛି । ଲୁଟର ପୂର୍ବଦିନ ସେମାନେ ସମସ୍ତେ ମଦ ପାର୍ଟି କରିଥିଲେ । ଏହି ସମୟରେ ନିଶାଗ୍ରସ୍ତ ଅବସ୍ଥା ଜଣେ ଅନ୍ୟ ଜଣକୁ ଗୁଳି ମାରିଦେଇଥିଲେ । ଏହାପରେ ଗୁଳିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏକ ଆପାଚି ମଟର ସାଇକେଲରେ ହସପିଟାଲ ନେଇଥିଲେ । ସେମାନେ ଆହତ ଯୁବକଙ୍କୁ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ଫେରିଯାଇଥିଲେ  । ଆଉ ସେମାନେ ଯେଉଁ ଆପାଚି ବାଇକରେ ଆହତ ଯୁବକଙ୍କୁ ହସପିଟାଲ ନେଇଥିଲେ, ସେହି ବାଇକରେ ଲୁଟ୍‌ କାଣ୍ଡ ସମୟରେ ବ୍ୟବହାର କରିଥିଲେ ।  ସିସିଟିଭି ଫୁଟେଜ ଭାଇରଲ ହେବା ପରେ ବୁରାଡି ଥାନାର ଜଣେ ପୋଲିସ କର୍ମୀ ବାଇକକୁ ଚିହ୍ନିଦେଇଥିଲେ । ପୋଲିସ ଏହାପରେ ହସପିଟାଲ ଯାଇ ପଚରାଉଚରା କରିବା ପରେ ଆହତ ସାଥି ଜଣକ ସବୁ କହିଦେଇଥିଲେ । ପୋଲିସ ଏହାପରେ ୫ ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.