ପୁରୋହିତଙ୍କ ଘରେ କଳାକନା ବୁଲାଇଲା ଚୋର

ମୋହନା :  ଅପେରା ଦେଖିବା ପଡିଲା ମହଙ୍ଗା  । ରାତିରେ ପରିବାର ସହ ଅପେରା ଦେଖିବା ପାଇଁ ଯାଇଥିବା ବେଳେ ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ଗ୍ରାମ ଜଗନ୍ନାଥ ମନ୍ଦିର ପୂଜକଙ୍କ ଘରେ କଳାକନା ବୁଲାଇଛି ଚୋର l ପୁରୋହିତ ଧୋବା ପଣ୍ଡା ଗ୍ରାମରେ ମଞ୍ଚସ୍ଥ ହେଉଥିବା ଅପେରା ଦେଖିବା ପାଇଁ ସୋମବାର ରାତିରେ ସପରିବାର ସହ ଯାଇଥିଲେ, ସକାଳୁ ଘରକୁ ଫେରି ଆସି ଦେଖିବା ବେଳକୁ ଘରୁ ସବୁ ଟଙ୍କା ସହ ସୁନା ଗହଣା ଚୋରାଇ ନେଇଛି ଚୋର । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚନ୍ଦ୍ରଗିରିରେ ଅପେରା ଲାଗିଥିଲା । ତେଣୁ ଗତକାଲି ଧୋବା ପଣ୍ଡା ତାଙ୍କ ସ୍ତ୍ରୀ ପିଲାଙ୍କ ସହ ଅପେରା ଦେଖିବା ପାଇଁ ରାତି ପ୍ରାୟ ୧୨ ଟାରେ ଯାଇଥିଲେ । ସକାଳ ପ୍ରାୟ ୫ଟା ସମୟରେ ଅପେରା ଦେଖି ଘରକୁ ଫେରି ଦେଖିବା ବେଳେ ଘରର ତାଲା ଭାଙ୍ଗି ଘର ଖଟତଳେ ଏକ ବ୍ୟାଗ ରେ ଥିବା ୧୦ ତୋଳା ସୁନା ଗହଣା ସହ ନଗଦ ୧୮ ହଜାର ଟଙ୍କା ଚୋର ଚୋରି ହୋଇଯାଇଥିଲା । ଧୋବାଙ୍କ ଘରର ଛାତ ଦେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିଲେ l ତେଵେ ଚୋରି ଯେଉଁ ଢଙ୍ଗ ରେ କରାଯାଇଛି, ଧୋବାଙ୍କ ସମ୍ପର୍କରେ ଥିବା ବ୍ୟକ୍ତି ହିଁ ଏଭଳି କରିଥିବା ସନ୍ଦେହ କରୁଛି ପୋଲିସ l ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠି ସୂଚନା ଦେଇଛନ୍ତି l ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁରୋହିତ ଧୋବା ପଣ୍ଡା । ମୋହନା ଅଞ୍ଚଳ ର ଚନ୍ଦ୍ରଗିରି, ପାଞ୍ଚଆମ୍ବ, ଆଦି ସ୍ଥାନ ରେ ଦିନକୁ ଦିନ ଚୋରି ଘଟଣା ବଢ଼ି ଚାଲିଥିବା ବେଳେ ଆଗକୁ ଏହାକୁ କିଭଳି ରୋକାଯାଇ ପାରିବ ସେ ସମ୍ପର୍କ ରେ ଆରକ୍ଷୀ ବିଭାଗ ଯତ୍ନବନ୍ ହେବାପାଇଁ ନିହାତି ଆବଶ୍ୟକ l

Leave A Reply

Your email address will not be published.