ଖରାପ ପାଗ ଯୋଗୁଁ ଫସିଗଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ସେନା ଏୟାରବେସରେ କଲା ଜରୁରୀ ଅବତରଣ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ବର୍ଷା ହେତୁ ଭିଜିବିଲିଟି ବହୁତ କମ୍‌ ହାଇଯାଇଥିଲା । ଏହି କାରଣରୁ ହେଲିକପ୍ଟରକୁ ଉତ୍ତର ପଶ୍ଚିମବଙ୍ଗର ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହାକୁ ନେଇ ଟିଏମସି ନେତା ରାଜୀବ ବାନାର୍ଜୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ପ‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଡ଼କ ମାର୍ଗରେ କୋଲକତା ଆସୁଛନ୍ତି ।

Leave A Reply

Your email address will not be published.