ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି, ପୁଣି ନଜର ଆସିବେ ଆଲିଆ ଓ ରଣବୀର

କରନ ଜୋହର ନିର୍ଦ୍ଦେଶନାରେ ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି । ଏଥିରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । କରନ ଜୋହର ବେନର ଓ ଧର୍ମା ପ୍ରଡକସନରେ ରିଲିଜ ହେବାକୁ ଯାଉଛି ଏହି ରୋମାଣ୍ଟିକ କମେଡି ଫ୍ୟାମେଲି ଡ୍ରାମା ସିନେମା ରକି ଓର ରାନି କି ପ୍ରେମ କାହାନୀ ।  ସିନେମା ନିର୍ମାତା କରନ ଜୋହର ସାତ ବର୍ଷ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି । ଏହା ପୂର୍ବରୁ ସେ ଏ ଦିଲ ହେ ମୁସକିଲର ନିର୍ଦ୍ଦେଶନା ଦେଇଥିଲେ । ଏହି ସିନେମାରେ ଧର୍ମେନ୍ଦ୍ର, ଶବାନା ଆଜମି ଓ ଜୟା ବଚ୍ଚନ ପରି କଳାକାର ମାନଙ୍କୁ ଦେଖିବାକୁ ମିଳିବ । ଏହି ସିନେମାର ସ୍କ୍ରିନ ପ୍ଲେକୁ ସୁମିତ ରୟ ଓ ଶଶାଙ୍କ ଖଇତାନ ମିଳିତ ଭାବେ ଲେଖିଛନ୍ତି । ଏହାର ଡାଏଲଗ ଲେଖିଛନ୍ତି ଇଶିତା ମୋଇତ୍ରା । ଏହି ସିନେମାକୁ ଧର୍ମା ପ୍ରଡକସନ ଓ Viacom 18 studios ମିଳିତ ଭାବେ ନିର୍ମାଣ କରିଛନ୍ତି । ଏହାର ଟିଜର ଆଗାମୀ ମାସରେ ଆସିବ ବୋଲି ଆଶା କରାଯାଇପାରେ । ଏହା ୨୮ ଜୁଲାଇରେ ସିନେମା ହଲରେ ରିଲିଜ ହେବ ।

Leave A Reply

Your email address will not be published.