କେନ୍ଦୁଝର: ଟ୍ୟାକ୍ସି ଚୋରି ସହିତ ଡ୍ରାଇଭରକୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଆନନ୍ଦପୁର : ଅଭିନବ ଉପାୟରେ ଟ୍ୟାକ୍ସି ଚୋରି ସହିତଡ୍ରାଇଭରକୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଗଳିତ ମୃତଦେହ ଉଦ୍ଧାର ପରେ ସତ ଆସିଲା ସାମ୍ନା କୁ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଦରଖଳା ନିକଟରେ ଜାତୀୟ ରାଜପଥ ୨୦ ପାର୍ଶ୍ବରେ ପଡିଥିବା ଏକ ଗଳିତ ମୃତଦେହକୁ ଉଦ୍ଧାର କରିଛି ଘଷିପୁରା ପୋଲିସ। ତଦନ୍ତ ପରେ ମୃତଦେହଟି ପୁରୀ ଜିଲ୍ଲା କଣାସ ଥାନା ଛୋଟିଯୋଡ଼ି ଗାଁର ଭଗବାନ ବଇରୀ ରଞ୍ଜନ ବୋଲି ପରିଚୟ ମିଳିଛି। ସୂଚନା ଅନୁଯାୟୀ ଭଗବାନ ପେଶାରେ ଜଣେ ଟ୍ୟାକ୍ସି ଡ଼୍ରାଇଭର ହୋଇଥିବା ବେଳେ ଗତ ୨୪ ଜୁନ୍ ସନ୍ଧ୍ୟା ସମୟରେ କଟକ କଲେଜ ଛକରୁ ଦୁଇ ଜଣ ପୁଅ ଓ ଜଣେ ଝିଅ ଯାଜପୁର ଯିବା ପାଇଁ କହିବାକୁ ଭଡ଼ା ନେଇ ଆସିଥିଲେ। ତା ପରଠାରୁ ଭଗବାନ ଙ୍କ ପତ୍ତା ମିଳି ନଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ଘଟଣା କୁ କେନ୍ଦ୍ରକରି ପୋଲିସ୍ ତଦନ୍ତ କରୁଥିବା ବେଳେ ଆଜି ଆନନ୍ଦପୁର ଅଞ୍ଚଳରେ ମିଳିଥିବା ଗଳିତ ମୃତଦେହଟି ଭଗବାନ ଙ୍କର ବୋଲି ପରିବାର ଲୋକେ ପହଞ୍ଚି ଚିହ୍ନଟ କରିଛନ୍ତି।

Leave A Reply

Your email address will not be published.