ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ-୨୦୨୩

ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ-୨୦୨୩, ଅରବିନ୍ଦ ରାୟଙ୍କୁ କାଦମ୍ବିନୀ ଗଳ୍ପ ପୁରସ୍କାର,ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ କାଦମ୍ବିନୀ କବିତା ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ୱରାଜ ବାରିକ ଓ ସନ୍‌ଲିସା ପଟେଲଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର, ବିନ୍ଧ୍ୟବାସିନୀ ଜେନାଙ୍କୁ କାଦମ୍ବିନୀ ଆମ ରୋଷେଇ ପୁରସ୍କାର ପ୍ରଦାନ କରାଯିବ । ଇନ୍ଦୁମତି ରାୟ ଓ ମେଜର ଡ. ସୁମିତ୍ରା ମିଶ୍ରଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା – ୨୦୨୩ ପ୍ରଦାନ କରାଯିବ।  ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଚତୁର୍ବିଂଶ ଏବଂ ଶିଶୁ -କିଶୋର ପତ୍ରିକା କୁନିକଥାର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଦାନ କରାଯିବାକୁ ଥିବା ମର୍ଯ୍ୟାଦାଜନକ କାଦମ୍ବିନୀ ସମ୍ମାନ ସମେତ କାଦମ୍ବିନୀର ବିଭିନ୍ନ ବିଭାଗର ପୁରସ୍କାର ଘୋଷଣା କରାଯାଇଛି।

Leave A Reply

Your email address will not be published.