କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ

ବଲାଙ୍ଗିର:  କୀର୍ତ୍ତନ ଦଳକୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗାଡ଼ି ଓଲଟି ଜଣେ କୀର୍ତ୍ତନିଆ ମୃତ, ୧୫ରୁ ୨୦ ଜଣ ଆହତ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଭଇଁଷା ଛକ ନିକଟରେ ଦୁର୍ଘଟଣା। ରଥଯାତ୍ରାରେ କୀର୍ତ୍ତନ ପରିବେଷଣ କରିବାକୁ ରାମପୁରରୁ ମହିଳା କୀର୍ତ୍ତନ ଦଳ ବାନ୍ଧନବାଡ଼ି ଯାଉଥିବା ଗାଡ଼ି ଭଇଁଷା ଛକ ନିକଟରେ ଓଲଟି ପଡ଼ିଥିଲା। ଏଥିରେ ୩୫ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପାଟଣାଗଡ଼ ଡାକ୍ତରଖାନା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ରାମପୁର ଗାଁର ମୁକେଶ ସାରସୁଳିଆ ବୋଲି ଜଣାପଡିଛି। ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିବା ଜଣାପଡ଼ିଛି।.

Leave A Reply

Your email address will not be published.