ଖୁବ ଶୀଘ୍ର ଫାଟିବ ଇଟାଲୀର ଭୟଙ୍କର ଜ୍ୱାଳାମୁଖି

ଫାଟିଯିବ ଜ୍ୱାଳାମୁଖୀ। ହେବ ଭୟାନକ ବିସ୍ପୋରଣ। ଧ୍ୱଂସ ପାଇବ ଇଟାଲୀର ଏହି ପ୍ରମୁଖ ସ୍ଥାନ। ଇଟାଲୀରେ ଥିବା ସୁପରବାଲକୋନୋ କେମ୍ପୀ ଫ୍ଲେଗରେଇ ଜ୍ୱାଳାମୁଖୀ। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଏହା କେଉଁ ସମୟରେ ଫାଟିଯାଇପାରେ। ଯଦି ଏମିତି ହୁଏ ତେବେ ଆଖାପାଖରେ ରହୁଥିବା ପାଖାପାଖି ୧୫ ଲକ୍ଷ ଲୋକ ପ୍ରଭାବିତ ହେବେ। ଧ୍ୱଂସ ବିଧ୍ୱସ୍ତ ହୋଇପାରେ ଏହି ପୂରା ସ୍ଥାନ। କେମ୍ପୀ ଫ୍ଲେଗରେଇ ମାନେ ଜଳୁଥିବା ନିଆଁର ଏକ ବଡ଼ ମଇଦାନ। ଯାହାକି ଏବେ ଚର୍ଚ୍ଚାରେ ରହିଛି। ଏହାପୂର୍ବରୁ ମଧ୍ୟ ଏହି ସ୍ଥାନରେ ୧୫୩୮ ମସିହାରେ ଭୟାନକ ବିସ୍ପୋରଣ ହୋଇଥିଲା। ଏହି ଜ୍ୱାଳାମୁଖି ର ସବୁଠୁ ବଡ଼ କଥା ହେଉଛି ଏହାର ଆଖପାଖ ଜମି ତଳେ ଲାଭାର ସୁଡ଼ଙ୍ଗ ରହିଛି। ମାନେ ଭାବନ୍ତୁ ଯେ ଥରେ ଯଦି ଏହା ଫାଟିଯାଏ ତେବେ ଅବସ୍ଥା କେତେ ସାଂଘାତିକ ହେବ। ଏହି ସୁଡ଼ଙ୍ଗ କିଛି ବର୍ଷ ହେବ ଫାଟିନାହିଁ। ଏହାକୁ ଧ୍ୟାନରେ ରଖି ଅନେକ ଲୋକ ଏହି ଜମି ଉପରେ ଘରେ ମଧ୍ୟ ତିଆରି କରିଛନ୍ତି। ଏହି ସୁଡ଼ଙ୍ଗ ଉପରେ ୧୫ ଲକ୍ଷ ରୁ ଅଧିକ ଲୋକ ରହୁଛନ୍ତି। ୫ ଲକ୍ଷ ଲୋକଙ୍କ ଘର କାଲଡୋରା ମଧ୍ୟରେ ରହିଛି। ଏହି କାଲଡୋରା ୩୯ ହଜାର ବର୍ଷ ପୂର୍ବରୁ ଭୟାନକ ବିସ୍ପୋଟକ ପରେ ତିଆରି ହୋଇଥିଲା। ଯଦି ଏଥର ଏହି ଜ୍ୱାଳାମୁଖି ଫାଟିଯାଏ ତେବେ ଭୟଙ୍କର ଦୁର୍ଘଟଣା ଘଟିବ। ଜାଣିକି ଭୟ କରିବେ, ଏଥିରୁ ବାହାରୁଥିବା ଗରମ ଚଟାଣ ଓ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳ କୁ ଯାଇ ମିଶୁଛି। ଆଉ ଏହି ବାୟୁମଣ୍ଡଳରେ ଲୋକମାନେ ମଧ୍ୟ ବାସ କରୁଛନ୍ତି। ଏମିତି କହିବାକୁ ଗଲେ ମଣିଷ ବିଷାକ୍ତ ଗ୍ୟାସ କୁ ଶରୀର ଭିତରକୁ ଗ୍ରହଣ କରି ବଞ୍ଚିଛନ୍ତି। କାହାର ଦେହ ଏଥିରେ ଖରାପ ହେବାର ଆଶଙ୍କା ବହୁତ ଅଧିକ ରହିଛି। ଏହାବ୍ୟତିତ ଲାଭା ଓ ନିଅାଁ ପିଣ୍ଡୁଳା ଆଖପାଖିରେ ଥିବା ଗାଁ ଓ କସବୋର ଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଛି।

Leave A Reply

Your email address will not be published.