ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ, ଚାପି ହୋଇ ଚାଲିଗଲା ଛାତ୍ରୀଙ୍କ ଜୀବନ

ବାସୁଦେବପୁର: ଅଟୋ ତଳେ ଚାପି ହୋଇ ଛାତ୍ରୀ ମୃତ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ବାସୁଦେବପୁର ଅଞ୍ଚଳରେ। ଶିଶୁହାର ବିଦ୍ୟାଳୟର ନଳବଙ୍କା ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ରୀ ହିମାନି ରାଉଳଙ୍କ ଅଟୋ ତଳେ ଚାପି ହୋଇ ମୃତ୍ୟୁ ହୋଇଛି।ଅଟୋଟି ନାଳବାଙ୍କ ଅଭିମୁଖେ ଯାଉଥିବା ବେଳେ ମାନ୍ଦାରୀ ମଳିକ ସାହି ଠାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.