ବାହାନଗା ରେଳ ଦୁର୍ଘଟଣା: ରେଳବାଇ ସୁରକ୍ଷା କମିସନରଙ୍କ ରିପୋର୍ଟ ସାର୍ବଜନୀନ କରାଯାଉନାହିଁ କାହିଁକି ?

ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର କାରଣ ସଂପର୍କରେ ଜୁନ୍ ୨୮ ତାରିଖରେ ରେଳବାଇ ସୁରକ୍ଷା କମିସନ(ସିଆରଏସ୍‌) ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ରିପୋର୍ଟ ଦାଖଲ ହେବାର ଆଜି ୪ଦିନ ବିତି ଯାଇଥିଲେ ବି ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ରିପୋର୍ଟକୁ ଚାପି ରଖି ରେଳ ମନ୍ତ୍ରୀ ନିଜର ଉତ୍ତରଦାୟିତ୍ବକୁ ଏଡ଼ାଇ ଦେବାପାଇଁ ଚେଷ୍ଟା କରୁଛନ୍ତି। ତେଣୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ପଦବିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଶନିବାର ଦିନ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ସୁଦର୍ଶନ ଦାସ କହିଲେ, ରେଳ ସୁରକ୍ଷା କମିସନ ତାଙ୍କ ରିପୋର୍ଟରେ ବାହାନଗା ରେଳ ଦୁର୍ଘଟଣା କୌଣସି ଷଡ଼ଯନ୍ତ୍ର ନୁହେଁ, ବରଂ ଯାନ୍ତ୍ରିକ-ବୈଷୟିକ ତ୍ରୁଟି ବୋଲି ଦର୍ଶାଇଛନ୍ତି। ଗତକାଲି ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ରେଳ ମନ୍ତ୍ରୀ ତାଙ୍କର ଉତ୍ତରଦାୟିତ୍ବରୁ ଖସିଯିବା ଦୁର୍ଭାଗ୍ୟଜନକ।

Leave A Reply

Your email address will not be published.