ରାଜଧାନୀ ବଜାରରେ ଅଦା @ ୩୦୦, ବଜାରରେ ନାହିଁ ଓଡ଼ିଶା ଅଦା

ଭୁବନେଶ୍ବର : ରାଜଧାନୀ ବଜାରରେ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି ଅଦା। ଅବସ୍ଥା ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ଏହା ଉପରୁ ମୁହଁ ଫେରାଇ ନେଇଛନ୍ତି। ବର୍ଷ ତମାମ କୋରାପୁଟ ଚାଷୀ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି। ଗତ ମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କ୍ରୟ କରି ନେଇଥିଲେ। ଏଥିଯୋଗୁଁ ଚାଷୀଙ୍କ ଖୁସି କାହିଁରେ କେତେ ବଢ଼ି ଯାଇଥିଲା। କିନ୍ତୁ ସେହି ଅଦା ଉତ୍ତରପ୍ରଦେଶକୁ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା। ଫଳରେ ବର୍ତ୍ତମାନ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇ ଯାଇଛି। ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ ସଭାପତି ଶକ୍ତି ମିଶ୍ରଙ୍କ କହିବା ଅନୁସାରେ, ଓଡ଼ିଶାକୁ ବର୍ଷକୁ ୧ ଲକ୍ଷ ମେଟ୍ରିକ ଟନ୍‌ ଅଦାର ଆବଶ୍ୟକତା ରହିଛି। ଗୁଣାତ୍ମକ ମାନ ଦୃଷ୍ଟିରୁ କୋରାପୁଟ ଅଦାର ବିଶେଷ ଚାହିଦା ରହିଛି। ଏହା ସତ୍ତ୍ବେ ବର୍ତ୍ତମାନ ବଜାରକୁ ଓଡ଼ିଶା କିମ୍ବା କୋରାପୁଟ ଅଦା ଆସିପାରୁ ନାହିଁ। ବରଂ ସିଲିଗୁଡ଼ିର ଅଦା ଆସୁଛି। ଯୋଗାଣ ଅନୁସାରେ ଚାହିଦା ଅଧିକ ଥିବାରୁ ଦର ଉପରେ ମଧ୍ୟ ଲଗାମ ଲଗାଯାଇ ପାରୁ ନାହିଁ।

Leave A Reply

Your email address will not be published.