କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର, ବାଦ୍‌ ପଡ଼ିପାରନ୍ତି ୧୫ ମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଏବଂ ଚଳିତ ବର୍ଷ ହେବାକୁ ଥିବା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚଳିତ ସପ୍ତାହ ଅଦଳବଦଳର ସମ୍ଭାବନା ରହିଛି। ଏଥିପାଇଁ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗତକିଛି ଦିନ ଧରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା ଚଳାଇଛନ୍ତି। କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବ ଏବଂ କାହାକୁ ସାଂଗଠନିକ ଦାୟିତ୍ବ ଦିଆଯିବ, ‌ସେସଂପର୍କରେ ତାଲିକା ପ୍ରସ୍ତୁତି ଚାଲିଛି। ଯଦି ଏହି ସୂତ୍ରକୁ ବିଶ୍ବାସ କରାଯାଏ, ତାହା‌ହେଲେ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରୁ ୧୫ ଜଣଙ୍କୁ ବାଦ୍ ଦେବେ। ମନ୍ତ୍ରିମଣ୍ଡଳରେ ଯେଉଁମାନଙ୍କୁ ସାମିଲ କରାଯିବ, ସେମାନଙ୍କ ମଧ୍ୟରେ ବିଜେପି ସହିତ ସହଯୋଗୀ ଦଳର ନେତା ରହିଛନ୍ତି। କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିବ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ଉପରେ ଫୋକସ୍ ରହିବ। କାରଣ ଏହି ୫ଟି ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କର୍ଣ୍ଣାଟକ ନିର୍ବାଚନ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଏଥର ନିର୍ବ‌ାଚନ ଲାଗି ସଂପୂର୍ଣ୍ଣ ଭିନ୍ନ ରଣନୀତି ପାଇଁ ବିଜେପି ନେତୃତ୍ବ ସ୍ଥିର କରିଛନ୍ତି।

Leave A Reply

Your email address will not be published.