ଟିକସ ଫାଙ୍କିବା ଅଭିଯୋଗରେ ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ଚଢ଼ାଉ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଏକ ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଏହି ଚଢ଼ାଉ କରାଯାଉଥିବା ସୂଚନା ରହିଛି। ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ଚାଲିଛି। ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ ହେଉଥିବା ସୂଚନା ହସ୍ତଗତ ହୋଇଛି। ଚଢ଼ାଉ ସମୟରେ ସମସ୍ତ ପରିବାର ଲୋକ ଉପସ୍ଥିତ ଅଛନ୍ତି। ଆଇଟି ବିଭାଗର ୭ ଜଣିଆ ସସଦ୍ୟ ଉପସ୍ଥିତ ରହି ଏହି ଚଢ଼ାଉ କରୁଛନ୍ତି। ଚଢ଼ାଉରେ ବହୁମୂଲ୍ୟ କାଗଜ ପତ୍ର ସହିତ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳୁଛି । ଟିକସ ଫାଙ୍କିବା ଅଭିଯୋଗରେ ୨୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ଏବେ ସୁଦ୍ଧା ସମୁଦାୟ ୩ ଲକ୍ଷ ଟଙ୍କା ଜବତ ହୋଇଛି।

Leave A Reply

Your email address will not be published.