ଘୂର୍ଣ୍ଣିବଳୟ ପ୍ରଭାବ : ଆଜିଠୁ ବଢିବ ବର୍ଷା ! ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଉପକୂଳ ଓଡିଶାର କିଛି ସ୍ଥାନରେ ଘଡଘଡି ସହ ବର୍ଷା । ୧୦ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିବ । ମୟୂରବଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି ।ଅନ୍ୟପଟେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । ଚଳିତ ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନ୍‌ରୁ ୪ ଜୁଲାଇ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧% କମ୍‌ ରହିଛି । ସେହିପରି ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୩୩୧.୮ ମିମି ବର୍ଷା ରେକର୍ଡ ହୋଇଛି ।ଏହା ସ୍ବାଭାବିକ ବର୍ଷା ୨୩୫.୯ ମିମି ତୁଳନାରେ ୪୧% ଅଧିକ । ସେହିଭଳି ରାୟଗଡ଼ା‌ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ବର୍ଷା ୫୬.୭ ମିମି ରେକର୍ଡ ହୋଇଛି । ଏହା ସ୍ବାଭାବିକ ବର୍ଷା ୨୧୩.୯ ମିମି ତୁଳନାରେ ୭୩% କମ୍‌ । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨% କମ୍‌ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.