ବୁର୍ଖା ପିନ୍ଧି ମାଗଣାରେ ବସ୍‌ ଯାତ୍ରା କରୁଥିବା ହିନ୍ଦୁ ବ୍ୟକ୍ତିଙ୍କୁ ଧରିଲେ ସ୍ଥାନୀୟ ବାସିନ୍ଦା

କୁନ୍ଦଗୋଲ୍‌: ମହିଳାମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ମାଗଣା ବସ୍ ଯାତ୍ରା ଯୋଜନା ‘ଶକ୍ତି’ର ସୁ‌ଯୋଗ ନେବାକୁ ‘ବୁର୍ଖା’ ପିନ୍ଧି ଯାତାୟାତ କରୁଥିବା ଜଣେ ୫୮ ବର୍ଷିୟ ହିନ୍ଦୁ ବ୍ୟକ୍ତି ଗୁରୁବାର ଦିନ କର୍ଣ୍ଣାଟକର ଧାର୍‌ୱାର୍ଡ ଜିଲ୍ଲା ଅନ୍ତର୍ଗତ କୁନ୍ଦଗୋଲ୍‌ ତାଲୁକ୍‌ସ୍ଥିତ ସାନ୍‌ଶି ବସ୍‌ ଷ୍ଟାଣ୍ଡ୍‌ରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ବସ୍‌ ଷ୍ଟାଣ୍ଡ୍‌ ବେଞ୍ଚ୍‌ରେ ବୁର୍ଖା ପିନ୍ଧି ଏକାକୀ ବସିଥିବା ବ୍ୟକ୍ତିଙ୍କ ହାବଭାବ ପୁରୁଷଙ୍କ ପରି ମନେହେବାରୁ ସେମାନେ ତାଙ୍କୁ ମୁହଁରୁ ଆବରଣ ଖୋଲିବାକୁ ବାଧ୍ୟ କରିଥିଲେ। ମୁହଁ ଖୋଲିବା ପରେ ସେ ଜଣେ ପୁରୁଷ ବୋଲି ଜଣାପଡ଼ିଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ମଧ୍ୟ ତତ୍‌କ୍ଷଣାତ୍‌ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଗଲା। ତଦନ୍ତ କରି ପୁଲିସ ଜାଣିଲା ସେ ବ୍ୟକ୍ତିଜଣକ ବିଜୟପୁର ଜିଲ୍ଲା ଅନ୍ତର୍ଗତ ଗୋଦାଗେରି ଗ୍ରାମର ବାସିନ୍ଦା ବୀରଭଦ୍ରୈୟା ନିଙ୍ଗାୟା ମହାପତି। ସେ ଟ୍ରେନ୍‌ ଯୋଗେ ବେଙ୍ଗାଲୁରୁରୁ ସାନ୍‌ଶି ଆସି ଉକ୍ତ ବସ୍‌ ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲେ। ସେଠାରେ ସେ ବୁର୍ଖା ପଶିଥିବା ବ୍ୟାଗ୍‌ଟିଏ ପାଇଥିଲେ।

Leave A Reply

Your email address will not be published.